21.1 C
Bhubaneswar
Friday, February 6, 2026
Homeଓଡିଶାକୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କଲେ ରାଜ୍ୟପାଳ

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କଲେ ରାଜ୍ୟପାଳ

ଭୁବନେଶ୍ୱର: କୋରାପୁଟର ସଦଭାବନା ସଭାଗୃହ ଠାରେ ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କ ରେ ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି ସମୀକ୍ଷା କରିଛନ୍ତି। ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଦାନ କରିବାକୁ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମର ସମସ୍ତ ପ୍ରକଳ୍ପ ୨୦୨୬ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ଶେଷ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଭାରତମାଳା ଅନ୍ତର୍ଗତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୬ ମସିହା ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହା ଦ୍ୱାରା କୋରାପୁଟ ଓ ବିଶାଖାପାଟଣା ସହର ମଧ୍ୟରେ ଦୂରତା କମିଯିବ ଓ ଲୋକମାନେ ସୁବିଧାରେ ଯିବା ଆସିବା କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।କୋରାପୁଟ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ଅନେକ ସୁବିଧା ରହିଛି ଏବଂ ଏ ଦିଗରେ ବିହିତ ପଦକ୍ଷେପ ନେବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ l

ମାଲକାନଗିରି ଜିଲ୍ଲାର ସୀତାକୁଣ୍ଡ ଓ କୋରାପୁଟ ଜିଲ୍ଲାର ଦେଓମାଳି ପର୍ଯ୍ୟଟନ ସ୍ଥଳୀ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ଏହାର ବିକାଶ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ l ସାମାଜିକ ସୁରକ୍ଷା ଯୋଜନାରେ ବ୍ୟାଙ୍କ ସମୂହ କିପରି କାର୍ଯ୍ୟ କରୁଛନ୍ତି ତାହାର ସମୀକ୍ଷା କରିଥିଲେ ଏବଂ ହିତାଧିକାରୀ ମାନେ କିପରି ସୁବିଧାରେ ଋଣ ପାଇପାରିବେ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ l ମୁଦ୍ରା ହିତାଧିକାରୀ ମାନଙ୍କ ସହ ମଧ୍ୟ ରାଜ୍ୟପାଳ ଆଲୋଚନା କରିଥିଲେ ଏବଂ ଋଣମଂଜୁର କରିବା ସମୟରେ ଯୁବପିଢ଼ି ଏବଂ ପ୍ରଥମ ଥର ପାଇଁ ହେ ଉଥିବା ଉଦ୍ୟୋଗୀ ମାନଙ୍କୁ ପ୍ରାଥମିକତା ଦେବାକୁ ବ୍ୟାଙ୍କ ମାନଙ୍କୁ କହିଥିଲେ l ଏତଦବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଜିଲ୍ଲାପାଳ,ଏସପି ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ସେବା ମନଭାବ ସହିତ ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅଧିକାରୀ ଏବଂ କର୍ମକର୍ତ୍ତା ଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ l

ଏତଦବ୍ୟତୀତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଓଡିଶା ଜୀବିକା ମିଶନ, ଜଙ୍ଗଲ ଅଧିକାର ଆଇନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନା ତଥା ଅନ୍ୟ ସାମାଜିକ କଲ୍ୟାଣ ଯୋଜନା ଏବଂବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କ ରେ ରାଜ୍ୟପାଳ ସମୀକ୍ଷା କରିଥିଲେ l ଏହି ବୈଠକ ରେ କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା,କୋଟପାଡ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ରୁପା ରୋଶନ ସାହୁ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡା. କେ.ବି.ସିଂ,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ,କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉକ୍ତ ବୈଠକ ରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking