ଭୁବନେଶ୍ୱର: ୮ ଶହ ଏକରରେ ନୂଆ ଭୁବନେଶ୍ୱର ପାଇଁ ଡିପିଆର ପ୍ରସ୍ତୁତ ହେବ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । କହିଛନ୍ତି, ନୂଆ ସହରର ରୂପରେଖ ପାଇଁ ସିଙ୍ଗାପୁରର ଏକ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ସୁବିଧା କିପରି ରହିପାରିବ ସେନେଇ ଡିପିଆର ପ୍ରସ୍ତୁତ ହେବ । ଚିହ୍ନଟ ହୋଇଥିବା ଜାଗାରେ କିଛି ଜଙ୍ଗଲ ଜମି ଓ ପ୍ରାଇଭେଟ ଜମି ରହିଛି । ଜଙ୍ଗଲ ଜମିରେ ଆବଶ୍ୟକ ହେଲେ ପାର୍କ କିମ୍ବା ସେଭଳି ଜିନିଷ କରାଯିବ । ମେଟ୍ରୋ ମଧ୍ୟ ନୂଆ ସହରକୁ ଛୁଇଁବାକୁ ଯୋଜନା କରାଯାଉଛି । ସେହିପରି ପୁରୁଣା ଭୁବନେଶ୍ୱର ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉଟର ରିଙ୍ଗ ରୋଡ ଏବଂ ସେଣ୍ଟ୍ରାଲ ରିଙ୍ଗ ରୋଡ ପରେ ସହର ଭିଡ କମିବ । ସହରକୁ ସଜାଡିବାକୁ ସରକାର ପ୍ରସ୍ତୁତ ଅଛନ୍ତି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।









