31.1 C
Bhubaneswar
Wednesday, April 29, 2026
Homeଓଡିଶାଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ କ୍ଷତି ପୂରଣ ଦାବିରେ ଏନଏଚ ଅବରୋଧ: ବିଧାୟକଙ୍କ ପ୍ରତିସୃତି ପରେ...

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ କ୍ଷତି ପୂରଣ ଦାବିରେ ଏନଏଚ ଅବରୋଧ: ବିଧାୟକଙ୍କ ପ୍ରତିସୃତି ପରେ ହଟିଲା ରାସ୍ତା ରୋକ

ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣଙ୍କ ଜେନାପୁର ଥାନା ଅଧିନ ବୃନ୍ଦାଦେଇପୁର ପଞ୍ଚାୟତ ରଘୁନାଥପୁର ଗ୍ରାମର ମୁଥା ମଲ୍ଲିକଙ୍କ ପୁଅ ରଙ୍ଗାଧର ମଲ୍ଲିକ (୫୪)ବୋଲି ଜଣାପଡିଛି।ଖବର ଅନୁସାରେ ରଙ୍ଗାଧର ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଏମ୍ଏସଆଇଏଲରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ଗତ ଅଗଷ୍ଟ ମାସ ୨୭ ତାରିଖ ବୁଧବାର ଦିନ ପୂର୍ବାହ୍ନରେ କନ୍ତପଡ଼ା ଛକ ନିକଟରେ କାମ କରୁଥିଲେ। ଏହି ଠାରେ ଫ୍ଲାଏ ଓଭର ବ୍ରିଜ କାମ ଚାଲୁ ରହିଥିବା ବେଳେ ଅଟୋ ଲେବୁଲ ମେସିନର ପ୍ରିଜିମ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ।

ଅଟୋ ଲେବୁଲ ମେସିନର ଅପରେଟର ଦୂରରେ ଥାଇ ମେସିନ ରେ ଲେବୁଲ ଚେକ କରୁଥିଲେ ଏବଂ ରଙ୍ଗାଧର ପ୍ରିଜିମ ମ୍ୟାନ ଭାବେ ତାଙ୍କୁ ଷ୍ଟାଇପଡ଼ ଧରି ସହଯୋଗ କରୁଥିଲେ। ଇଲେକ୍ଟ୍ରି ଅଫିସ ନିକଟରେ ବ୍ୟାରିକେଟ ଦିଆ ଯାଇଥିବା ନିଷିଦ୍ଧାଞ୍ଚଳ ଭିତରେ ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଥିଲେ। ପ୍ରିଜିମ ମ୍ୟାନ ରଙ୍ଗାଧର ଧରିଥିବା ଷ୍ଟାଇପଡ଼ ଟି ଆଲୁମିନିୟମ ର ହୋଇଥିବାରୁ ସେ ଷ୍ଟାଇପଡ଼କୁ ଉପରକୁ ଉଠାଇବା ବେଳେ ୩୩ କେଭି ତାରକୁ ଲାଗି ଯାଇଥିଲା। ଏହା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଶକ୍ତି ପ୍ରବାହ କରୁଥିବାରୁ ତାଙ୍କ ଠାରେ ଆଘାତ ଲାଗି ଛାତି, ପିଠି, ଗୋଡ଼ ଏବଂ ଗୋଟିଏ ଆଙ୍ଗୁଠି ସହିତ ଦେହର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକମାନେ ବିଦ୍ୟୁତ କାର୍ଯ୍ୟାଳୟ ରେ ଥିବା ଗାଡ଼ି ରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ। ଶୁକ୍ରବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା, ଏ ନେଇ ମୃତକ ପରିବାର ବନ୍ଧୁ ବାନ୍ଧବ ଗ୍ରାମବାସୀ ଙ୍କ ସହ ଅଞ୍ଚଳର ବହୁ ମହିଳା ପୁରୁଷ ଯୁବକ ମାନେ ରାସ୍ତାରେ ଟାୟାର ଜାଳି ୫୩ ନମ୍ବର ଜାତୀୟ ରାଜପଥ ବାଲି ସାହି ଛକ ନିକଟରେ କ୍ଷତି ପୂରଣ ଦାବିରେ ରାସ୍ତାରେ ବସିଥିଲେ, ଦାବି ଥିଲାକି ମୃତକ ପରିବାରକୁ ତିରିଶି ଲକ୍ଷ୍ୟ ଟଙ୍କା ଓ ତାଙ୍କ ପୁଅକୁ ସ୍ଥାଇ ନିଯୁକ୍ତି,ଉତ୍ତେଜନା କୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ ଯାଜପୁର ରୋଡ଼ ଏସ ଡି ପି ଓ ଲକ୍ଷ୍ମୀଧର ସ୍ୱାଇଁ ଓ ଜେନାପୁର ପୋଲିସ ପହଂଚି ସ୍ତିସ୍ଥି ନିୟନ୍ତ୍ରଣ କରିବା ସହିତ ମୃତକ ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଲୋକ ମାନେ ଦାବିରେ ଅଟଳ ଥିଲେ କ୍ଷତି ପୂରଣ ଓ ଦାବି ପୂରଣ ନକଲେ ରାସ୍ତାରୁ ହଟିବୁ ନାହଁ l

୫୩ ନମ୍ବର ଜାତୀୟ ରାଜ ପଥ ଅନୁଗୁଳ ଦେଙ୍କନାଳ କେନ୍ଦୁଝର କାଳିଆ ପାଣି ଖଣି ଅଂଚଳ କୁ ସଂଯୋଗ କରୁଥିବାରୁ ଖଣିଜ ଦ୍ରବ୍ୟ ପରିବହନ ଯାନ ବାହାନ ସମେତ ଅନନ୍ୟା ଜାନ ବାହାନ ରାସ୍ତାରେ ଦୀର୍ଘ ସମୟ ଧରି ଅଟକ ହୋଇ ପଡିଥିଲା ପୋଲିସର ମୁଣ୍ଡ ବ୍ୟଥା କାରଣ ହୋଇ ଥିଲା l ଖବର ପାଇ ଧର୍ମ ଶଳାର ଜନ ପ୍ରିୟ ବିଧାୟକ ହିମାଂଶୁ ଶେଖର ସାହୁ ଘଟଣା ସ୍ଥଳରେ ପଂହଁଚି ଆନ୍ଦୋଳନ କାରି ଶହ ଆଲୋଚନା କରି କ୍ଷତି ପୂରଣ ମିଳିବା ସଂଗେ ଦାବି ପୂରଣ କରାଯିବର ନିର୍ଭର ପ୍ରତିଶୃତି ଦେଲା ପରେ ଆନ୍ଦୋଳନ କାରି ମାନେ ଧାରଣାରୁ ହଟିଥିଲେ ସ୍ୱବାବିକ ଭାବରେ ଯାନ ବାହାନ ଚଲାଚଳ କରିଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking