31.1 C
Bhubaneswar
Wednesday, April 29, 2026
Homeଓଡିଶାଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଯାଜପୁର: ଆଜି ସକାଳେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଅତର୍କିତ ଭାବରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ।ସେ ମେଡିକାଲ ସ୍ଥିତ ବହିର୍ବିଭାଗ କୁ ସର୍ବ ପ୍ରଥମେ ଯାଇ ମେଡିକାଲ ରେ ରୋଗୀ ମାନେ ନିଜ ଚିକିତ୍ସା ପାଈଁ ଏଣେ ତେଣେ ବୁଲିବା ଦେଖି ବିରକ୍ତି ଭାବ ପ୍ରକାଶ କରିଥିଲେ।. ମେଡିକାଲ ପରିଚାଳକ ଙ୍କୁ ଏହା ସବୁ ତଦାରଖ କରିବା ପାଇଁ ନିର୍ଦେଶ ଦେଇଥିଲେ ଏବଂ ରୋଗୀ ମାନେ କିପରି ସୁବିଧା ରେ ଧାଡି ବାନ୍ଧି ଆସି ନିଜ ଡାକ୍ତର ଙ୍କ ପରାମର୍ଶ ନେଇ ଯିବେ ତାହା କହିଥିଲେ.।ପରେ ଶ୍ରୀ କର ସେଠାରେ ଉପସ୍ଥିତ ଥିବା କିଛି ଡାକ୍ତର ଙ୍କ ସହ ଆଲୋଚନା କରିଥିଲେ।

ଅଡିଓଲୋଜି ବିଭାଗ ରେ କିଛି ଯନ୍ତ୍ରାଂଶ ର ଅଭାବ ଏବଂ ଏ.ସି ର ଅଭାବ ବିଷୟ ରେ ସେଠାରେ ଉପସ୍ଥିତ ଡାକ୍ତର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଏହାର କିପରି ସମାଧାନ ହୋଇପାରିବ ସେଥିପାଇଁ ଜିଲ୍ଲାପାଳ ମେଡିକାଲ ପରିଚାଳକଙ୍କୁ ନିର୍ଦେଶ ଦେଇଥିଲେ। ତତ୍ପରେ ଜିଲ୍ଲାପାଳ ମେଡିକାଲ ରେ ଉପସ୍ଥିତ ଥିବା କିଛି ରୋଗୀ ଏବଂ ସେମାନଙ୍କ ସାଙ୍ଗରେ ଆସିଥିବା ଆଟେଣ୍ଡାଣ୍ଟ ମାନଙ୍କ ର ଭଲ ମନ୍ଦ ଅବସ୍ଥା ପଚାରି ବୁଝିଥିଲେ ଏବଂ ମାଗଣା ଔଷଧ , ଖାଦ୍ୟ ଆଦି ମିଳୁଛି କି ନାହିଁ ପଚାରି ବୁଝିଥିଲେ ।ଜିଲ୍ଲାପାଳ ମେଡିକାଲ ର ମୁଖ୍ୟ ପ୍ରବେଶ ଦ୍ୱାର କୁ ଯାଇଥିଲେ ଏବଂ ମୁଖ୍ୟ ପ୍ରବେଶ ଫାଟକ ରେ ଅତିମାତ୍ରାରେ ଗାଡି, ଅଟୋ , ଆଦି ରହୁଥିବାରୁ ମେଡିକାଲର ପ୍ରବେଶ ପଥ ଟି ସଂକୀର୍ଣ୍ଣ ହୋଇଯାଉଥିବାରୁ ସେଠୁ ସମସ୍ତ ପରିବହନ ଯାନକୁ ଉଠେଇବା ପାଈଁ ପୋଲିସ କୁ ନିର୍ଦେଶ ଦେଇଥିଲେ।

ତତ୍ପରେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ରେ ଏକ ସମୀକ୍ଷା ବୈଠକ କରିଥିଲେ ଏବଂ ସବୁଦିନ କିପରି ମେଡିକାଲ ର ବର୍ଜ୍ୟ ବସ୍ତୁ ଗୁଡିକୁ କିପରି ମେଡିକାଲ ଭିତରୁ ଅନ୍ୟତ୍ର ସ୍ଥାନାନ୍ତର ର କରାଯିବ ସେଥି ପାଈଁ ଯାଜପୁର ମୁନିସିପାଲଟି ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ । ମେଡ଼ିକାଲ ରେ କାର୍ଯ୍ୟରତ ଥିବା ଆଉଟଷୋର୍ସିଂ ଏଜେନ୍ସି ଏବଂ ମୁନିସିପାଲିଟିରେ ନିୟୋଜିତ ହୋଇଥବା ଆଉଟଷୋର୍ସିଂ ଏଜେନ୍ସିକୁ ଏଥିପାଇଁ ୫ ଦିନ ସମୟ ଦେଇଥିଲେ ଏବଂ ଯଦି ୫ ଦିନ ମଧ୍ୟ ରେ ସଠିକ ରୂପରେ ବର୍ଜ୍ୟବସ୍ତୁର ପରିଚାଳନା ନ ହୁଏ ତାହାଲେ ଏଜେନ୍ସି ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ନିର୍ଦେଶ ଦେଇଥିଲେ ଓ କାରଣ ଦର୍ଶାଅ ନୋଟିସର ଉତ୍ତର ଯଦି ଯୁକ୍ତି ସଂଗତ ନହୁଏ ତାହାଲେ ଏଜେନ୍ସି ମାନଙ୍କ ଉପରେ ତତ୍କ୍ଷଣାତ ପଦକ୍ଷେପ ନେବାପାଇଁ ନିର୍ଦେଶ ଦେଇଥିଲେ। ଏହି ସମିକ୍ଷା ବୈଠକ ରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର , ସବକଲେକଟର, ଲ୍ୟାଣ୍ଡ ଆକୁଇଜିସନ ଅଫିସର, ଯାଜପୁର ମୁନିସିପାଲଟିର କର୍ମକର୍ତ୍ତା, ହସ୍ପିଟାଲ ମ୍ୟାନେଜେର ଓ ଡି.ପି.ଏମ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking