27.1 C
Bhubaneswar
Sunday, March 29, 2026
Homeଓଡିଶାଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କରିବେ କଣ

ଆଜି ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କରିବେ କଣ

ଭୁବନେଶ୍ୱର: ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଆଜି ଚଳିତବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ । ଭାରତରେ ସବୁଠି ଦୃଶ୍ୟମାନ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ପିତୃପକ୍ଷ ମଧ୍ୟ ଆରମ୍ଭ ହେଉଛି । ଏହା ଭାରତ ସମେତ ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ନ୍ୟୁଜିଲାଣ୍ଡ, ଆଫ୍ରିକା, ପ୍ରଶାନ୍ତ ମହାସାଗର, ଆଟ୍‌ଲାଣ୍ଟିକ୍ ମହାସାଗର ଆଦି ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ବିରଳ ଚନ୍ଦ୍ରଗ୍ରହଣ ଓଡ଼ିଶାର କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଆଦି ସ୍ଥାନରେ ଏକ ସମୟରେ ଦେଖ‌ିବାକୁ ମିଳିବ। ପ୍ରାୟ ୧୯ ବର୍ଷ ପରେ ଏହି ବିରଳ ଚନ୍ଦ୍ରଗ୍ରହଣ ପଡ଼ିଛି। ଏଥର ଆକାଶରେ ବ୍ଲଡମୁନ୍ ଦେଖାଯିବ ।

ରାତିରେ ଆକାଶରେ ସଂଘଟିତ ହେବ ମହାଜାଗତିକ ଦୃଶ୍ୟ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ । ଗଣନା କରି ଜ୍ୟୋତିଷ ଗ୍ରହଣର ୯ ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରିବାକୁ ପରାମର୍ଶ ଦେଇଛନ୍ତି । ଅର୍ଥାତ ମଧ୍ୟାହ୍ନ ୧୨ଟା ୫୮ରେ ପାକତ୍ୟାଗ କରିବାକୁ କହିଛନ୍ତି । ଆଜିଠୁ ପିତୃଶ୍ରାଦ୍ଧ ଆରମ୍ଭ ହେଉଥିବାରୁ ଗ୍ରହଣ ସ୍ପର୍ଶ ପୂର୍ବରୁ ଶ୍ରାଦ୍ଧ ଓ ଦେବନୀତି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଗର୍ଭବତୀ, ଶିଶୁ ସତର୍କ ରହିବାକୁ କୁହାଯାଇଛି ।

ରବିବାର ୧୨ଟା ୫୭ ମିନିଟ୍‌ଠାରୁ ରାତି ୧ଟା ୨୭ ମିନିଟ୍‌ ମଧ୍ୟରେ କୌଣସିପ୍ରକାର ଅନ୍ନ ଭୋଜନ କରିବା ଅନୁଚିତ। କିନ୍ତୁ ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ଏହି ନିୟମ ଲଙ୍ଘନୀୟ। ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ ଏହି ରାତିରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡ଼ିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ। ରାତି ୧ଟା ୨୭ ମିନିଟ୍‌ ବେଳକୁ ରାତି ଥିବା ଯୋଗୁ ବ୍ରାହ୍ମମୁହୂର୍ତ୍ତ ରାତି ୪ଟା ପରେ ସ୍ନାନାଦି ସାରି ଦେବପୂଜା କରିବା ଆବଶ୍ୟକ। ସୂର୍ଯ୍ୟୋଦୟ ପରେ ଦେବପୂଜା ଓ ପାକକର୍ମ ସାରି ଅନ୍ନ ଆଦି ଭୋଜନ କରିବାକୁ ଶ୍ରୀ ଖଡ଼ୀରତ୍ନ ପରାମର୍ଶ ଦେଇଛନ୍ତି।

କୌଣସି ପ୍ରକାର ଶ୍ରାଦ୍ଧାଦିକର୍ମ ମଧ୍ୟାହ୍ନ ୧୨ଟା ୫୭ ମିନିଟ୍‌ ମଧ୍ୟରେ କରାଯିବାରେ କୌଣସି ବାଧା ନାହିଁ। ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମା ଦିନ ସଂଘଟିତ ହେଉଥିବାରୁ ଭାଗବତ ଜନ୍ମ, ଇନ୍ଦୁ ପୂର୍ଣ୍ଣିମା, ସପ୍ତମେଘ ବିସର୍ଜନ, ଶ୍ରୀମନ୍ଦିରରେ ଇନ୍ଦ୍ରହାତୀ ଉତ୍ସବ ଆଦି ପୂଜାପାଠ ଦେବନୀତି, ଯଜ୍ଞହୋମ ଆଦି ମଧ୍ୟାହ୍ନ ୧୨ଟା ୫୭ ମିନିଟ୍ ସୁଦ୍ଧା କରଣୀୟ। ଗ୍ରହଣ ଛାଡ଼ିବା ପରେ ଶ୍ରୀକ୍ଷେତ୍ରରେ ମହୋଦଧି, ବିନ୍ଦୁସାଗର, ନାଭିଗୟା, ବୈତରଣୀ ଓ ମହାନଦୀ ଜଳରେ ସ୍ନାନ କଲେ ଅକ୍ଷୟ ପୁଣ୍ୟ ଫଳପ୍ରାପ୍ତି ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking