କଳାହାଣ୍ଡି: ଗାଁ ପୋଖରୀରେ ବୁଡି ୨ ନାବାଳକ ଭାଇର ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଗୁଞ୍ଚିପଦର ଗାଁରେ ଅଘଟଣ ଘଟିଛି । ମୃତ ଦୁଇ ଭାଇର ବୟସ ୧୨ ଓ ୯ ବର୍ଷ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଦଳକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ୨ ନାବାଳକକୁ ଉଦ୍ଧାର କରିଛି । ଉଦ୍ଧାର ପରେ ସ୍ଥଆନୀୟ ମେଡିକାଲକୁ ନିଆଯାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।









