19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିଧାନସଭା ପାଲଟିଲା କୁରୁକ୍ଷେତ୍ର: ଶାସକ-ବିରୋଧୀ ମୁହାଁମୁହିଁ

ବିଧାନସଭା ପାଲଟିଲା କୁରୁକ୍ଷେତ୍ର: ଶାସକ-ବିରୋଧୀ ମୁହାଁମୁହିଁ

କୋଲକାତା: ବୁଧବାର ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ଏବଂ ଟିଏମସି ବିଧାୟକମାନେ ପରସ୍ପର ସହିତ ମୁହାଁମୁହିଁ ହେବା ପରେ ପ୍ରବଳ ହଙ୍ଗାମା ହୋଇଥିଲା। ସଂଖ୍ୟାଲଘୁଙ୍କ ସହ ଜଡିତ ଏକ ବିଲ୍ ଉପରେ ଆଲୋଚନା ସମୟରେ ଏହି ମାମଲା ଆରମ୍ଭ ହୋଇଥିଲା। ହଙ୍ଗାମା ଯୋଗୁଁ ବିଧାନସଭା ବାଚସ୍ପତିଙ୍କୁ ମାର୍ଶାଲମାନଙ୍କୁ ଡାକିବାକୁ ପଡିଥିଲା। ଏହି ସମୟରେ ବିଜେପିର ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବ୍ୟତୀତ ଆଉ ୪ ଜଣ ବିଜେପି ବିଧାୟକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ହଙ୍ଗାମା ମଧ୍ୟରେ ଶଙ୍କର ଘୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରୀ ସହାୟତା ଦିଆଯାଇଥିଲା।

ବଙ୍କିମ ଘୋଷ, ଅଶୋକ ଦିଣ୍ଡା, ଅଗ୍ନିମିତ୍ର ପାଲ, ଶଙ୍କର ଘୋଷ, ମିହିର ଗୋସ୍ୱାମୀ ନିଲମ୍ୱିତ କରାଯାଇଛି। ହଟ୍ଟଗୋଳ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ବିଧାନସଭାରେ ବିଜେପିକୁ କଡ଼ା ଟାର୍ଗେଟ କରିଥିଲେ। ସେ ବିଜେପିକୁ ‘ଭୋଟ୍ ଚୋରଙ୍କ ଦଳ’ ବୋଲି ଅଭିହିତ କରି କହିଥିଲେ, ‘ବିଜେପି ଦେଶର ପାଇଁ ଲଜ୍ଜା। ଏହି ଲୋକମାନେ ବଙ୍ଗଳାର ବଙ୍ଗଳା ଭାଷା ଏବଂ ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି। ବଙ୍ଗଳାର ଲୋକମାନେ ସ୍ୱାଧୀନତା ଲଢ଼େଇରେ ରକ୍ତ ବୁହାଇଥିଲେ, ସେତେବେଳେ ବିଜେପି ଜନ୍ମ ମଧ୍ୟ ହୋଇନଥିଲା।’

ମମତା ବିଜେପି ଉପରେ ବଙ୍ଗଳା ଏବଂ ବଙ୍ଗାଳୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଥିବାର ଅଭିଯୋଗ ଆଣିଥିଲେ। ସେ କହିଥିଲେ, ‘ଏହି ଲୋକମାନେ ବଙ୍ଗାଳୀମାନଙ୍କୁ ନିର୍ଯାତନା ଦେଉଛନ୍ତି। ସଂସଦରେ ଆମେ ଦେଖିଲୁ ଯେ ବିଜେପି କିପରି ସିଆଇଏସଏଫ ମାଧ୍ୟମରେ ଆମର ସାଂସଦମାନଙ୍କୁ ହଇରାଣ କରିଥିଲା। ମୁଁ କହୁଛି, ଏପରି ଏକ ଦିନ ଆସିବ ଯେତେବେଳେ ବଙ୍ଗଳାର ଲୋକମାନେ ବିଜେପିକୁ ଭୋଟ ଦେବେ ନାହିଁ ଏବଂ ବିଧାନସଭାରେ ସେମାନଙ୍କର ଜଣେ ବି ବିଧାୟକ ରହିବେ ନାହିଁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking