28.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଜିଏସଟିରେ ବଡ ପରିବର୍ତ୍ତନ: କ'ଣ ଶସ୍ତା କ'ଣ ମହଙ୍ଗା ହେଲା ଜାଣନ୍ତୁ..

ଜିଏସଟିରେ ବଡ ପରିବର୍ତ୍ତନ: କ’ଣ ଶସ୍ତା କ’ଣ ମହଙ୍ଗା ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ୍‌ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ୫% ଏବଂ ୧୮% ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୂଚନା ଦେଇଛନ୍ତି। ଏଥିରୁ ଦେଶର ସାଧାରଣ ନାଗରିକ ଲାଭବାନ ହେବେ। କୃଷକଙ୍କଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ଧ୍ୟାନରେ ରଖି ସ୍ଲାବ୍‌ରେ ଏପରି ହ୍ରାସ କରାଯାଇଥିବା ସୀତାରାମନ୍‌ କହିଛନ୍ତି। କଣ ଶସ୍ତା କଣ ମହଙ୍ଗା ଜାଣନ୍ତୁ.

ଶୂନ ଜିଏସଟି:
-ଜୀବନ ବୀମା
-ସ୍ବାସ୍ଥ୍ୟବୀମା
-ଛେନା, ପନୀର, ରୁଟି
-ପିଜ୍ଜା ବ୍ରେଡ, ପାଉଡର କ୍ଷୀର, ପରଟା
-ମ୍ୟାପ୍, ଚାର୍ଟ, ଗ୍ଲୋବ
-ପେନସିଲ୍, ଖାତା ବହି, ରବର
୧୮% ଜିଏସଟି:
-ଏସି, ଟିଭି, ଓ୍ଵାସିଂ ମେସିନ୍, କାର୍ ପାର୍ଟ୍ସ
-ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍)
-ପେଟ୍ରୋଲ-ଏଲପିଜି ଓ ସିଏନଜି କାର
( ୧୨ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ତିନି ଚକିଆ ଯାନ, ସାମଗ୍ରୀ ପରିବହନ କରୁଥିବା ଗାଡ଼ି
-ଡିଜେଲ୍ ଚାଳିତ ଗାଡ଼ି (୧୫ଶହ ସିସି ଓ ୪ ହଜାରର ଏମଏମରୁ କମ୍ ହୋଇଥିବ)
-ମନିଟର ଓ ପ୍ରୋଜେକ୍ଟର, ସିମେଣ୍ଟ
-ପୂର୍ବରୁ ସିମେଣ୍ଟ ଉପରେ ୨୮%ରୁ ଜିଏସଟି ଥିଲା ଏବେ କମି ୧୮% ହେଲା
୫% ଜିଏସଟି:
-କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ
-ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ
-ରୋଷେଇ ଘରର ସାମଗ୍ରୀ, ନମକିନ
-ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି
-ନୁଡଲ୍ସ, ଚକୋଲେଟ, କଫି, ଘିଅ, ଲହୁଣି
-ସିଲେଇ ମେସିନ ଓ ପାର୍ଟସ, ନ୍ୟାପକିନ୍
-କ୍ଲିନିକାଲ ଡାଇପର
-ଛୋଟ ପିଲାଙ୍କୁ କ୍ଷୀର ଖୁଆଇବା ବୋତଲ
-ଟ୍ରାକ୍ଟର, ଟ୍ରାକ୍ଟର ଟାୟାର ଓ ପାର୍ଟସ୍, ନିର୍ଦ୍ଦିଷ୍ଟ ଜୈବିକ ସାର
-ଚାଷ କାମରେ ଲାଗୁଥିବା ମେସିନ
-ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍
-ଡାଇଗ୍ନୋଷ୍ଟିକ କିଟ୍, ଗ୍ଲୋକୋମିଟର
-ଜୀବନ ରକ୍ଷାକାରୀ ଔଷଧ
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking