30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବନ୍ୟାଜଳରେ ଭାସି ୪ ମୃତ, ୩ ନିଖୋଜ

ବନ୍ୟାଜଳରେ ଭାସି ୪ ମୃତ, ୩ ନିଖୋଜ

ଛତିଶଗଡ଼: ଛତିଶଗଡ଼ର ବଳରାମପୁର ଜିଲ୍ଲାରେ ଏକ ଛୋଟ ବନ୍ଧର ଏକ ଅଂଶ ଭୁଶୁଡ଼ି ପଡ଼ିଛିଏହା ଫଳରେ ଆସିଥିବା ବନ୍ୟା ଜଳରେ ଭାସିଯାଇ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଜଣ ନିଖୋଜ ଛନ୍ତି। ଏନେଇ ଅଧିକାରୀମାନେ ବୁଧବାର ଦିନ ସୂଚନା ଦେଇଛନ୍ତିସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ଧନେଶପୁର ଗାଁରେ ପ୍ରବଳ ବର୍ଷା ହେବା ପରେ ଲୁଟି ଜଳଭଣ୍ଡାରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

୧୯୮୦ ଦଶକର ପ୍ରାରମ୍ଭରେ ନିର୍ମିତ ଏହି ଜଳଭଣ୍ଡାର ବନ୍ଧର ଏକ ଅଂଶ ଭୁଶୁଡ଼ି ନିକଟସ୍ଥ ଘର ଏବଂ କୃଷି କ୍ଷେତକୁ ମାଡିଯାଇଥିଲା ଜଳ, ଯାହା ଫଳରେ ହଠାତ୍ ବନ୍ୟା ସୃଷ୍ଟି ହୋଇଥିଲା। ଫଳରେ ଜଣେ ମହିଳା ଏବଂ ତାଙ୍କ ଶାଶୁ ସମେତ ଚାରି ଜଣ ସେମାନଙ୍କ ଘରେ ଶୋଇଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ତିନି ଜଣ ନିଖୋଜ ଅଛନ୍ତି ଏବଂ ସନ୍ଧାନ ଅଭିଯାନ ଜାରି ରହିଛି। ଖବର ପାଇବା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି। ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking