18.1 C
Bhubaneswar
Thursday, February 12, 2026
Homeଓଡିଶାତାଳଚେର ପବିତ୍ର ମୋହନ ଏବଂ ଫୁଲବାଣୀ ମେଡିକାଲ କଲେଜରେ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ...

ତାଳଚେର ପବିତ୍ର ମୋହନ ଏବଂ ଫୁଲବାଣୀ ମେଡିକାଲ କଲେଜରେ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ଅନୁମତି ଯୁଗାନ୍ତକାରୀ ପଦକ୍ଷେପ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଏବଂ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଲେଖାଁଏ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାରେ ସ୍ୱାସ୍ଥ୍ୟ ଅଭିବୃଦ୍ଧି ସହ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଏହି ଯୁଗାନ୍ତକାରୀ ପଦକ୍ଷେପ ; ଅନୁଗୋଳ ଜିଲ୍ଲା ସମେତ କନ୍ଧମାଳ ଭଳି ଜନଜାତି ବହୁଳ ଅଞ୍ଚଳରେ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ଟ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ସୁବିଧା ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପରିବର୍ତ୍ତନ କରିବା ସହ ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧ କରାଇବ, ଯାହା ଡବଲ-ଇଞ୍ଜିନ୍ ସରକାରର ପ୍ରତିବଦ୍ଧତାର ଜ୍ୱଳନ୍ତ ପ୍ରତିଫଳନ ବୋଲି ସେ ମତପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking