ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କୁ ଗାଳି ଦେବା ପ୍ରସଙ୍ଗରେ ବିହାର ବନ୍ଦ ଡାକରା ଦେଲା ଏନଡିଏ । ୪ ସେପ୍ଟେମ୍ବରରେ ବିହାର ବନ୍ଦ । ସକାଳ ୭ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ ଏନଡିଏ । ବନ୍ଦ ବେଳେ ଜରୁରୀକାଳୀନ ସେବା ବ୍ୟାଘାତ ହେବନି । ଆଜି ଗାଳି ରାଜନୀତିକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ମୋ ମାଆଙ୍କୁ ବିରୋଧୀ ଗାଳିଦେଲେ , ତାଙ୍କର କଣ ଭୁଲ ଥିଲା । କେବଳ ମୋ ମାଆ ନୁହେଁ , କଂଗ୍ରେସ ପ୍ରତ୍ୟେକ ମାଆକୁ ଗାଳି ଦେଇଛନ୍ତି । ଆଜି ମୁଁ ଯାହା ବି କିଛି ଅଛି, ସେଥିରେ ମୋ ମାଆର ଭୁମିକା ଗୁରୁତ୍ୱପୂଣ୍ଣ । ଅନେକ କଷ୍ଟ ସହି ମୋ ମାଆ ଆମକପ ଲାଳନ ପାଳନ କରିଥିଲା । ରାଜନୀତିରେ ମୋ ମାଆର କୌଣସି ଭୂମିକା ନାହିଁ, ତଥାପି ଗାଳି କଲେ । ମାଆ ଭଉଣୀଙ୍କୁ ଗାଳି କରିବା ଅର୍ଥ ମହିଳାଙ୍କୁ ଦୁର୍ୱଳ କରିବା । ଆରଜେଡି ଶାସନରେ ବିହାରରେ ମହିଳା ରାସ୍ତାକୁ ବାହାରି ପାରି ନଥିଲେ । ବିହାରବାସୀ ଲମ୍ବା ଲଢେଇ କରି ଅନ୍ଧାରରୁ ମୁକ୍ତି ପାଇଛନ୍ତି । ଆରଜେଡି- କଂଗ୍ରେସ ବିହାରରେ ମହିଳାଙ୍କୁ ଡରିଯାଇଛନ୍ତି ।









