ସାଲେପୁର: କିରୋସିନ ଢାଳି ନିଜକୁ ଜାଳିଦେଲେ ମହିଳା । ପାରିବାରିକ କଳହରୁ କିରୋସିନ ଢାଳି ଆତ୍ମହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ସାଲେପୁର ସିଢୋ ପଞ୍ଚାୟତ କଙ୍କରାଇଲୋ ଗାଁରେ ଏଭଳି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ମହିଳାକୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










