21.1 C
Bhubaneswar
Monday, December 8, 2025
Homeଓଡିଶାଭୁବନକୁ ଫେରିଲେ ହାତୀ ପଲ

ଭୁବନକୁ ଫେରିଲେ ହାତୀ ପଲ

ଢେଙ୍କାନାଳ: ଭୁବନକୁ ଫେରିଲେ ହାତୀ ପଲ । ଢେଙ୍କାନାଳ ଜିଲ୍ଲା ପାର ହୋଇଯାଇଥିବା ହାତୀ ପୁଣି ଥରେ ଭୁବନ ଅଞ୍ଚଳକୁ ଫେରି ବ୍ୟାପକ ନଷ୍ଟ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଭାରତୀ ପାହାଡ଼ରୁ ବାହାରି ଦୁଇଟି ହାତୀ ସୁକିନ୍ଦା ଅଞ୍ଚଳକୁ ଚାଲିଯାଇଥିଲେ । ହେଲେ ଗତକାଲି ରାତିରେ ଭୁବନ ଅଞ୍ଚଳକୁ ପୁନର୍ବାର ଫେରିଛନ୍ତି ଦୁଇଟି ଯାକ ହାତୀ । ଏବେ ଦୁଇଟି ହାତୀ ସହ  ସହିତ ଆଉ ଗୋଟିଏ ଦନ୍ତା ହାତୀ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ସୁକିନ୍ଦା ବନବିଭାଗ ହାତୀପଲଙ୍କୁ ଭୁବନ ବନାଞ୍ଚଳକୁ ଘଉଡ଼ାଇବା ବେଳେ ଭୁବନ ବନବିଭାଗ ସୁକିନ୍ଦା ବନାଞ୍ଚଳକୁ ଘଉଡ଼ାଉଛନ୍ତି । ଯାହାଫଳରେ ଭୁବନ ଅଞ୍ଚଳରେ ତିନି ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking