କଟକ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ଯଦିଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ବନ୍ଧରେ କୌଣସି ସୂଚନା ମିଳି ପାରିନାହିଁ କିନ୍ତୁ ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଘରୋଇ ହସ୍ପିଟାଲ ତରଫରୁ କୌଣସି ସୂଚନା ମିଳିପାରିନାହିଁ । ବର୍ତ୍ତମାନ ସମୟରେ ଆବଶ୍ୟକୀୟ ପରୀକ୍ଷା ସହ ତାଙ୍କର ଚିକିତ୍ସା ଚାଲିଛି । ପରିବାର ତରଫରୁ ମିଳିଥିବା ସୂଚନା ଅନୁସାରେ ସୋଡିୟମ୍ ଏବଂ ପୋଟାସିୟମ୍ ଫ୍ଲଚ୍ୟୁଟ ହେଉଥିଲା ଏବଂ ସେଥିରେ କୌଣସି ପ୍ରକାର ସ୍ଥିରତା ଆସିନପାରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।










