ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଦୂର ପାଇଁ ଆଗକୁ ବଢିଲେ ଓଡିଶା, ଛତିଶଗଡ । ଏନେଇ ଏକ୍ସରେ ବିସ୍ତୃତ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଦେଇ କହିଛନ୍ତି ଯେ ଦୁଇ ରାଜ୍ୟ ମୁଖ୍ୟ ସଚିବ ଓ ବରିଷ୍ଠ ଜଳସମ୍ପଦ ଅଧିକାରୀ ବୈଠକ କରିଛନ୍ତି । ଆନ୍ତରିକ ଏବଂ ସୌହାର୍ଦ୍ଦପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି । ସେପ୍ଟେମ୍ବରରେ ଇଆଇସିଙ୍କ ନେତୃତ୍ୱରେ ବୈଷୟିକ କମିଟିଗୁଡିକ ବୈଠକ କରିବେ । ଜଳ ବଣ୍ଟନ ନେଇ ଦୃଢ ସମନ୍ୱୟ ପାଇଁ ଢାଞ୍ଚା ସୃଷ୍ଟି ଲକ୍ଷ୍ୟରେ ଆଲୋଚନା କରିବେ । ଅକ୍ଟୋବରରେ ୨ ରାଜ୍ୟ ଜଳସମ୍ପଦ ସଚିବଙ୍କ ସହିତ ମୁଖ୍ୟ ସଚିବସ୍ତରୀୟ ବୈଠକ ହେବ । ତେବେ ଏନେଇ ଡିସେମ୍ବରରେ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି।










