କଟକ: ଏନଏସି ଦାବି ନେଇ ନିଆଳିରେ ବନ୍ଦ ପାଳନ । ସକଆଳ ୬ଟାରୁ ଦିନ ୨ଟା ଯାଏଁ ବନ୍ଦ ପାଳନ କରୁଛି ବିଜେଡି । ଗାଡି ମଟର ସହ ଦୋକାନ ବଜାର ବନ୍ଦ ।ସୂଚନାଥାଉ କି, ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଗରପଡ଼ା ବଜାରକୁ ଏନ୍ଏସି ଘୋଷଣା ଦାବିରେ ବିଜେଡି ପକ୍ଷରୁ ଗୁରୁବାର ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା । ଫଳରେ ଦୋକାନ ବଜାର ଓ ବିଭିନ୍ନ ଅଫିସ ବନ୍ଦ ରହିବା ସହ ଗାଡ଼ି ଚଳାଚଳ ସମ୍ପୂର୍ଣ ଠପ୍ ହୋଇଛି । ପୂର୍ବରୁ ବିଜେଡି ସରକାର ସମୟରେ ଘୋଷଣା ହୋଇଥିବା ଏନ୍ଏସି ତାଲିକାରେ ଆଗରପଡ଼ା ରହିଥିଲା। କିନ୍ତୁ ସରକାର ବଦଳିବା ପରେ ନୂଆ ଭାଜପା ସରକାର ନିକଟରେ ୮ ଟି ସ୍ଥାନକୁ ଏନ ଏସି ଘୋଷଣା କରଛନ୍ତି।










