ସୁବର୍ଣ୍ଣପୁର: ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଲ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି l ଏଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ହେଲେ ବାଘମାରିଗାଁ ଭୁବନ ଖଣ୍ଡଗିରିଙ୍କ ପୁଅ ଅଜିତ୍ କୁମାର ଖଣ୍ଡଗିରି। ମିଳିଥିବା ସୂଚନା ଅନୁସାରେ, ମେଣ୍ଡlମାଲ ଗାଁରେ ଶୁକ୍ରବାର ରାତି ପ୍ରାୟ ୧୦ଟାରେ ବାଘମାରିର ଅଜିତ୍ ଖଣ୍ଡଗିରି ଓ ଚମ୍ପାମାଳ ଗାଁର ସୂର୍ଯ୍ୟ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ସାମାନ୍ୟ ବଚସା ଉଗ୍ର ରୂପ ନେଇଥିଲା। ଅଜିତ ଓ ସୂର୍ଯ୍ୟଙ୍କୁ ଟାଙ୍ଗିଆ, ଶାବଳରେ ଆକ୍ରମଣ ହୋଇଥିଲା l ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିବା ବେଳେ ସୂର୍ଯ୍ୟଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା lଏଣେ ଖବର ପାଇ ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଅଜିତଙ୍କ ଶବ ଜବତ କରିଥିଲା।










