16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଅର୍ଥନୈତିକ ଚାପ ସତ୍ତ୍ୱେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ; ଜିଡିପି ଅଭିବୃଦ୍ଧି ୭.୮%

ଅର୍ଥନୈତିକ ଚାପ ସତ୍ତ୍ୱେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ; ଜିଡିପି ଅଭିବୃଦ୍ଧି ୭.୮%

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍‌) ମଧ୍ୟରେ ଭାରତର ବାସ୍ତବ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ଆନୁମାନିକ ୭.୮% ରହିଥିବା ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ସୂଚନା ମିଳିଛି। ୨୦୨୪-୨୫ ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୫% ଥିଲା। ମନ୍ତ୍ରଣାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ସହିତ ଏହାର ବ୍ୟୟ ଉପାଦାନର ତଥ୍ୟଗୁଡ଼ିକୁ ସ୍ଥିର (୨୦୧୧-୧୨) ଏବଂ ବର୍ତ୍ତମାନର ମୂଲ୍ୟ ଆଧାରରେ ଜାରି କରାଯାଇଛି।

୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ୮.୮% ହାରରେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ବାସ୍ତବ ବାସ୍ତବ ସକଳ ମୂଲ୍ୟ ବୃଦ୍ଧି (ଜିଭିଏ) ବୃଦ୍ଧି ହାର ୩.୭% ରହିଛି । ଏହା ବିଗତ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୧.୫% ରହିଥିଲା। ଚଳିତ ତ୍ରୈମାସରେ ମୁଖ୍ୟତଃ ଉତ୍ପାଦନ (୭.୭%) ଏବଂ ନିର୍ମାଣ (୭.୬%) ଭଳି ଦ୍ୱିତୀୟକ କ୍ଷେତ୍ରରେ ସ୍ଥିର ମୂଲ୍ୟରେ ୭.୫%ରୁ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ତେବେ ଖଣି ଓ ଅନ୍ୟାନ୍ୟ ଖନନ (-୩.୧%) ଏବଂ ବିଦ୍ୟୁତ୍‌, ଗ୍ୟାସ, ଜଳ ଯୋଗାଣ ଏବଂ ଅନ୍ୟ ଉପଯୋଗିତା ସେବା କ୍ଷେତ୍ର (୦.୫%)ରେ ବାସ୍ତବ ବିକାଶ ହାର ସାମାନ୍ୟ ମାନ୍ଦା ରହିଛି । ୨୦୨୫-୨୬ ଆର୍ôଥକ ବର୍ଷରେ ସ୍ଥିର ମୂଲ୍ୟରେ ତୃତୀୟ କ୍ଷେତ୍ର (୯.୩%) ଯଥେଷ୍ଟ ଅଭିବୃଦ୍ଧି ହାର ରେକର୍ଡ କରିଛି, ଯାହା ୨୦୨୪-୨୫ ଆର୍ôଥକ ବର୍ଷର ବୃଦ୍ଧି ହାର ୬.୮% ଠାରୁ ଅଧିକ। ସରକାରୀ ଅନ୍ତିମ ବ୍ୟବହାର ଖର୍ଚ୍ଚ (ଜିଏଫ୍‌ସିଇ) ପୁଣି ଥରେ ବୃଦ୍ଧି ପାଇଛି । ୨୦୨୫-୨୬ ଆର୍ôଥକ ବର୍ଷରେ ନାମମାତ୍ର ଆଧାରରେ ୯.୭% ବୃଦ୍ଧି ହାର ରେକର୍ଡ ହୋଇଛି, ଯାହା ୨୦୨୪-୨୫ ଆର୍ôଥକ ବର୍ଷର ବୃଦ୍ଧି ହାର ୪.୦% ଠାରୁ ଅଧିକ। ବାସ୍ତବ ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ (ପିଏଫ୍‌ସିଇ) ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୭.୦% ବୃଦ୍ଧି ହାର ହାସଲ କରିଛି । ଏହା ପୂର୍ବ ଆର୍ôଥକ ବର୍ଷର ସମାନ ଅବଧିରେ ୮.୩% ରହିଥିଲା। ମୋଟ ସ୍ଥିର ପୁଞ୍ଜି ଗଠନ (ଜିଏଫ୍‌ସିଏଫ୍‌) ୨୦୨୪-୨୫ ଆର୍ôଥକ ବର୍ଷରେ ୬.୭% ବୃଦ୍ଧି ହାର ତୁଳନାରେ ସ୍ଥିର ମୂଲ୍ୟରେ ୭.୮% ବୃଦ୍ଧି ହାର ରେକର୍ଡ କରିଛି।

୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ସ୍ଥିର ମୂଲ୍ୟରେ ବାସ୍ତବ ଜିଡିପି ବା ଜିଡିପି ପରିମାଣ ୪୭.୮୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ôଥକ ବର୍ଷର ସମାନ ଅବଧିରେ ୪୪.୪୨ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୭.୮% ରହିଛି । ନାମମାତ୍ର ଜିଡିପି ବା ସ୍ଥିର ମୂଲ୍ୟରେ ଜିଡିପି ହାର ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୮୬.୦୫ ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଥିଲା ଯାହା ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୭୯.୦୮ ଲକ୍ଷ କୋଟି ଟଙ୍କା ଥିଲା। ଏହି କ୍ଷେତ୍ରରେ ୮.୮% ଅଭିବୃଦ୍ଧି ହାର ପରିଲକ୍ଷିତ ହୋଇଛି ।ସେହିପରି ଏହି ସମୟ ସୁଦ୍ଧା ପ୍ରକୃତ ଜିଭିଏ ୪୪.୬୪ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏହା ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୪୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଜିଭିଏରେ ଅଭିବୃଦ୍ଧି ହାର ୭.୬% ରହିଛି । ସେହିପରି ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଭିଏ ୭୮.୨୫ ଲକ୍ଷ କୋଟି ଟଙ୍କା ଥିବା ଆକଳନ କରାଯାଇଛି, ଯାହା ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ୭୧.୯୫ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ଅଭିବୃଦ୍ଧି ହାର ୮.୮% ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking