19.1 C
Bhubaneswar
Tuesday, February 10, 2026
Homeଓଡିଶାଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କୋରାପୁଟ: କୋରାପୁଟରୁ ସାମ୍ନାକୁ ଆସିଛି ଏକ ଅଘଟଣର ଖବର। ମାଲବାହୀ ଟ୍ରେନ ୬ଟି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛିସୂଚନା ଅନୁସାରେ, ଆଜି ସକାଳ ୬ଟାରେ ବିଜୟନଗରମ-କୋତବଲସା ରାସ୍ତାରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିଲା। ଯାହାଫଳରେ ରେଳ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା। ବହୁ ଯାତ୍ରୀବାହୀ ଟ୍ରେନକୁ ନିୟନ୍ତ୍ରଣ କରାଯାଇଥିଲା। ନିୟନ୍ତ୍ରଣ କରାଯାଇଥିବା ଟ୍ରେନ ମଧ୍ୟରେ ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ, ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ, ସାଲିମାର ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା ଏରନାକୁଲମ ଏକ୍ସପ୍ରେସ, ହାୱାଡା ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଆଦି ଅନ୍ତର୍ଭୁକ୍ତ। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ଉଦ୍ଧାର କାର୍ଯ୍ୟ କରାଯାଇ ସ୍ୱାଭାବିକ ପାଇଁ ଚେଷ୍ଟା ଚାଲିଥିବା ନେଇ ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking