30.1 C
Bhubaneswar
Tuesday, February 24, 2026
Homeଓଡିଶାଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ ପାଇଁ ନିଯୁକ୍ତ ହୋଇଥିବା ପିସିସି ପର୍ଯ୍ୟବେକ୍ଷକ ଓ ୱାର ରୁମ୍ କମିଟିର...

ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ ପାଇଁ ନିଯୁକ୍ତ ହୋଇଥିବା ପିସିସି ପର୍ଯ୍ୟବେକ୍ଷକ ଓ ୱାର ରୁମ୍ କମିଟିର ସଦସ୍ୟଙ୍କୁ ନେଇ ଅନଲାଇନରେ ପ୍ରସ୍ତୁତି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ,ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ , ଏଆଇସିସି ୱାରରୁମ୍ ଅଧ୍ୟକ୍ଷ ଶଶିକାନ୍ତ ସେନ୍ଥିଲ, କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଚଲା ବାମସି ଚାନ୍ଦ ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ଜିଲ୍ଳା ସଭାପତି ଚୟନ ପାଇଁ ସଂଗଠନ ସୃଜନ ଅଭିଯାନରେ ଏଆଇସିସି ପକ୍ଷରୁ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକ ମାନଙ୍କୁ ସହଯୋଗ ନିମନ୍ତେ ନିଯୁକ୍ତ ହୋଇଥିବା ୧୦୫ ଜଣ ପିସିସି ପର୍ଯ୍ୟବେକ୍ଷକଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନଲାଇନରେ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଆଗାମୀ ଦିନରେ “ସଂଗଠନ ସୃଜନ ଅଭିଯାନ” ଦ୍ଵାରା କିପରି ଓଡ଼ିଶା କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରାଯିବ ଏବଂ ତାହା କଂଗ୍ରେସ କ୍ଷମତାକୁ ଫେରିବାରେ ବଡ଼ ଅସ୍ତ୍ର ରୂପେ କାର୍ଯ୍ୟ କରିବ ଏବଂ ସ୍ଵଚ୍ଛ ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

“ସଂଗଠନ ସୃଜନ ଅଭିଯାନ” ଓଡ଼ିଶାରେ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଆବଶ୍ୟକତା ରହିଛି ଏବଂ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ଲଲ୍ଲୁ ପ୍ରକାଶ କରିଥିଲେ । ଏଆଇସିସିର ଫୋକସରେ ଓଡ଼ିଶା ରହିଛି ବୋଲି ଏଆଇସିସି ୱାର ରୁମ୍ ଅଧ୍ୟକ୍ଷ ସେନ୍ଥିଲ୍ କହିବା ସହ କିପରି ପ୍ରତ୍ୟେକ ଟି ଜିଲ୍ଲା ରୁ ୬ ଜଣଙ୍କ ନାମ ସୁପାରିସ କରାଯିବ ଯେଉଁଥିରେ କି ପଛୁଆବର୍ଗ, ଅନୁସୂଚିତ ଜାତି , ଜନଜାତି, ମହିଳା,ଯୁବଙ୍କ ନାମ ମଧ୍ୟ ରଖାଯିବ ତାହା ଉପରେ ଦୃଷ୍ଟି ଦେବାକୁ କହିଥିଲେ। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ଏକ ଗ୍ରାଉଣ୍ଡ ରିପୋର୍ଟ ଏଆଇସିସି ରେ ଦାଖଲ କରାଯିବା ପରେ ଚୂଡାନ୍ତ ପର୍ଯ୍ୟାୟରେ ଜଣେ ଜିଲ୍ଲା ସଭାପତି ଭାବେ ଚୟନ କରାଯିବ ସେ କହିଥିଲେ। ସଂଗଠନ ସୃଜନ ଅଭିଯାନ କମିଟି ର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଉପାଧ୍ୟକ୍ଷ ସୁଧାଂଶୁ ଦେଓ, ନ୍ୟାସନାଲ ୱାରରୁମ୍ ସଂଯୋଜକ ହିତେଶ ମୋଟ୍ୱାନୀ ଓଡ଼ିଶା ୱାରରୁମ୍ ଅଧ୍ୟକ୍ଷ ମନୋରଞ୍ଜନ ଦାଶଙ୍କ ସମେତ ୱାରରୁମ୍ ସଦସ୍ୟ ତରୁଣ ମିଶ୍ର , ବାଙ୍କନିଧି ବେହେରା, ସାନ୍ତନ୍ତୁ ସାହୁ , ଜୟଶ୍ରୀ ପାତ୍ର ଏବଂ ୩୫ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ବହୁ ବରିଷ୍ଠ ନେତା ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଅନନ୍ତ ସେଠୀ, ପ୍ରସାଦ ହରିଚନ୍ଦନ, ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ୟ ପିସିସି ପର୍ଯ୍ୟବେକ୍ଷକ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking