25.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶରାହୁଲଙ୍କ ଆଉ ଏକ ଗୁରୁତର ଅଭିଯୋଗ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ମୋଦୀ ଯୁଦ୍ଧବିରତି କରିଥିଲେ

ରାହୁଲଙ୍କ ଆଉ ଏକ ଗୁରୁତର ଅଭିଯୋଗ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ମୋଦୀ ଯୁଦ୍ଧବିରତି କରିଥିଲେ

ପାଟନା: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ପ୍ରତି ‘ଭୋଟର ଅଧିକାର ଯାତ୍ରା’ କାର୍ଯ୍ୟକ୍ରମ ପାଇଁ ବିହାରରେ ଡେରା ପକାଇଛନ୍ତି । ଏହି ଯାତ୍ରା ପରିପ୍ରେକ୍ଷୀରେ ରାହୁଲ ଅନେକ ଶୋଭାଯାତ୍ରା କରୁଛନ୍ତି ଏବଂ ସଭାସମିତିରେ ଯୋଗଦେଉଛନ୍ତି । ଏହିକ୍ରମେ ରାହୁଲ ବୁଧବାର ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବା ଦେଖିବାକୁ ମିଳିଛି । ବୁଧବାର ମୁଜାଫରପୁର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ବଡ଼ କଥା କହୁଥିବା ବେଳେ ବାସ୍ତବରେ ଜଣେ ଭୟାତୁର ବ୍ୟକ୍ତିଙ୍କ ପରି ଆଚରଣ କରିଛନ୍ତି । ମୋଦୀ କୁଆଡେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଶୁଳ୍କ ଧମକରେ ଭୟଭୀତ ହୋଇ ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ‘ଅପରେସନ୍ ସିନ୍ଦୂର’କୁ ତୁରନ୍ତ ବନ୍ଦ କରିଦେଇଥିଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ମୋଦୀ ଏପରି କରିଥିଲେ ବୋଲି ରାହୁଲ କହିଛନ୍ତି ।

ରାହୁଲଙ୍କ କହିବାନୁସାରେ ଟ୍ରମ୍ପ୍ ବାରମ୍ବାର ଦୃଢ଼ତାର ସହ କହିଆସୁଛନ୍ତି ଯେ କେବଳ ସେ ହସ୍ତକ୍ଷେପ କରିବା ଯୋଗୁ ଦୁଇ ପରମାଣୁ ଦେଶ ପରସ୍ପର ଉପରେ ପରମାଣୁ ଆକ୍ରମଣ କରିବା ଭଳି ଆଶଙ୍କାକୁ ଏଡାଯାଇପାରିଥିଲା । ସେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ନେଇ ଦାବି କରୁଛନ୍ତି । କିନ୍ତୁ ମୋଦୀ ଏହାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଦିନେ ନା ଦିନେ ସତ୍ୟ ସାମ୍ନାକୁ ଆସିବ । ଅନ୍ୟ ଏକ ରିପୋର୍ଟ ଅନୁସାରେ ବୁଧବାର ‘ଭୋଟ ଅଧିକାର ଯାତ୍ରା’ରେ ରାହୁଲଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଯୋଗଦେଇଥିବା ଦେଖିବାକୁ ମିଳିଛି । ଉଭୟ ନେତା ରାହୁଲ ଗାନ୍ଧୀଙ୍କ ଭୋଟ ଅଧିକାର ଯାତ୍ରାରେ ଯୋଗ ଦେବାକୁ ଆସିଛନ୍ତି ଏବଂ ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ପ୍ରକାଶ, ଚଳିତ ବର୍ଷ ଶେଷରେ ବିହାରରେ ନିର୍ବାଚନ ହେବାକୁ ଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking