25.1 C
Bhubaneswar
Saturday, February 7, 2026
Homeଓଡିଶାଓଡ଼ିଶା ଗସ୍ତର ତୃତୀୟ ଦିନରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଧଉଳି ଶାନ୍ତି ସ୍ତୁପ, ସମ୍ରାଟ ଅଶୋକଙ୍କ...

ଓଡ଼ିଶା ଗସ୍ତର ତୃତୀୟ ଦିନରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ଧଉଳି ଶାନ୍ତି ସ୍ତୁପ, ସମ୍ରାଟ ଅଶୋକଙ୍କ ଶିଳାଲେଖ ପରିଦର୍ଶନ କଲେ ଶ୍ରୀଲଙ୍କା ଅଧିକାରୀମାନେ

ଭୁବନେଶ୍ୱର:  ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀମାନେ ଆଜି ତୃତୀୟ ଦିନରେ ଓଡ଼ିଶାର ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ପରେ ପରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କରିଥିଲେ । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ବିଷୟରେ ଜ୍ଞାନ ଆହରଣ କରିଥିଲେ । ଓଡ଼ିଶାର ପରିବେଶ, ଖାଦ୍ୟପେୟ ଓ ବୌଦ୍ଧ କୀର୍ତ୍ତିରାଜି, ଧର୍ମ ପରମ୍ପରା ସହିତ ଶ୍ରୀଲଙ୍କାର ସାମଞ୍ଜସ୍ୟ ଦେଖି ନିଜର ଖୁସିକୁ ଅଭିବ୍ୟକ୍ତ କରିଥିଲେ । ଆଜିର ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ନିକଟତର କରିବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଧିକାରୀମାନେ, ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ, ଟୁର୍ ଗାଇଡ଼ମାନେ ମଧ୍ୟ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking