25.1 C
Bhubaneswar
Saturday, February 7, 2026
Homeଓଡିଶାନବ ଉନ୍ମଷ ଏବଂ ପ୍ରାରମିକ ପର୍ଯ୍ୟାୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଆଲୋଚନାଚକ୍ର

ନବ ଉନ୍ମଷ ଏବଂ ପ୍ରାରମିକ ପର୍ଯ୍ୟାୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଆଲୋଚନାଚକ୍ର

ଯାଜପୁର: ଯାଜପୁର ଜିଲ୍ଲାର ଧର୍ମଶାଳା ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ପ୍ରାୟୋଜନରେ ଇନୋଭେସନ ଷ୍ଟାର୍ଟ ଅପ୍ (ନବ ଉନ୍ମେଷ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟ) କାର୍ଯ୍ୟକ୍ରମ ଆଧାରିତ ଦୁଇ ଗୋଟି ବିଷୟରେ ଆଲୋଚନା ଚକ୍ର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା, ଡ଼କ୍ଟର ଇନ୍ଦୁପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅତିଥି ଆଲୋଚକ ଭାବେ “ଗୋକର୍ଣିକା ସାହିତ୍ୟ ସମାଜ”ର ସଭାପତି ଡ଼କ୍ଟର ରମାକାନ୍ତ ଜେନା, ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ସଭାପତି ଡ଼ାକ୍ତର ରୁଦ୍ର ନାରାୟଣ ପୃଷ୍ଟି, ବିଶିଷ୍ଟ କବି ଡ଼କ୍ଟର ତୁହିନାଂଶୁ ରଥ ଯୋଗ ଦେଇ ଲକ୍ଷ୍ୟ,ସଂକଳ୍ପ,ସାଧନା,ସିଦ୍ଧି ସହିତ କର୍ମକ୍ଷେତ୍ରରେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ବିଷୟରେ ନିଜ ନିଜ ଦୃଷ୍ଟିକୋଣ କୁ ବିସ୍ତୃତ ଭାବେ ଉଦାହରଣ ସହିତ ଆଲୋକପାତ କରିଥିଲେ।

ନିଶ୍ଚିତ ଲକ୍ଷ୍ୟ ,ଦ୍ୱିଧାହୀନ ସଂକଳ୍ପ, ନିରବଚ୍ଛିନ୍ନ ସାଧନା ଦ୍ଵାରାହିଁ ସିଦ୍ଧି ବା ପୂର୍ଣ୍ଣ ସଫଳତା ପ୍ରାପ୍ତ ହୋଇଥାଏ ବୋଲି ମତ ପ୍ରକାଶ ପାଇଥିବା ବେଳେ କର୍ମହିଁ ଈଶ୍ଵର, କାର୍ଯ୍ୟଟି କେବଳ ନିଜପାଇଁ ନୁହେଁ, ବରଂ ପରିବାର ଓ ସମାଜ ଗଠନରେ ତାର ସଂପୃକ୍ତି ରହିଥାଏ। ସାମଗ୍ରିକ ଭାବେ ରାଷ୍ଟ୍ର ଗଠନରେ ସୁସ୍ଥ କର୍ମ ସମ୍ପାଦନା ନିର୍ଭରଶୀଳ। ଏଣୁ ଭଲ ମନରେ ପ୍ରାଞ୍ଜଳ ଭାବେ ଦାୟିତ୍ଵ ସମ୍ପାଦନ କରିବା ଉଚିତ୍ ବୋଲି ବକ୍ତବ୍ୟ ଛଳରେ ଆଲୋଚକ ମାନେ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିବା ବେଳେ ଅତିଥି ପରିଚୟ ଡ ସୁନାକର ଦାସ,ଅଧ୍ୟାପକ, ଦର୍ଶନ ବିଭାଗ,ଓ ଧନ୍ୟବାଦ ଅର୍ପଣ ଶ୍ରୀ ସଚ୍ଚିଦାନନ୍ଦ ପ୍ରଧାନ,ଅଧ୍ୟାପକ,ରାଜନୀତି ବିଜ୍ଞାନ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତ୍ତି ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking