ଭୁବନେଶ୍ୱର: ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ ବ୍ଲୁ ପ୍ରିଣ୍ଟ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । କହିଲେ ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡିଶା ଟିମ୍ । କାହିଁକି ସେହି ରାଜ୍ୟକୁ ଯାଉଛନ୍ତି , ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବୁ । କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ । ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍ପୁଟ୍ ସବସିଡି ଯୋଗୁଁ ଦାଦନ କମିଛି । ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ । ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ନକଲି ସାର ବିକିଲେ ଜେଲ୍ ଯିବେ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନକଲି ସାର ବିକୁଥିବାର ଯେଉଁଠି ଧରାପଡିବେ, ସେମାନଙ୍କୁ ଜେଲ୍ ପଠାଯିବ ।










