ଭୁବନେଶ୍ୱର: ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସମ୍ମୀଳନୀ ଉଦ୍ଘାଟିତ ହୋଇଯାଇଛି । ଯୋଗ ହେଇଛନ୍ତି ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ । ବି- ଏମେଏଏଏନ୍ ସମ୍ମିଳନୀକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । କେନ୍ଦ୍ର ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରପୁ ଅତିଥି ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମୁରଳୀଧର ମୋହେଲ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ସଚିବ ଉଷା ପାଢୀ ଉପସ୍ଥିତ ଅଛନ୍ତି । ଏଥିରେ ଆଞ୍ଚଳିକ ବିମାନ ସେବା ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ। ସମ୍ମିଳନୀରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଭିତରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ ଉପରେ ଗୁରୁତ୍ବ ଦିଆଯିବ।
ଏହି ସମ୍ବିଳନୀରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ଆଣ୍ଡାମାନ ନିକୋବର ଭିତରେ ବିମାନ ଚଳାଚଳ ଓ ବିମାନବନ୍ଦର ଭିତ୍ତିଭୂମିଳୁ ସଶକ୍ତ କରାଯିବା ପାଇଁ ମାନସ ମନ୍ଥନ କରାଯିବ। ଦିନିକିଆ ସମ୍ମିଳନୀରେ ପୂର୍ବ ଭାରତର ଏୟାରପୋର୍ଟ ଓ ହେଲିପୋର୍ଟ ଉନ୍ନତି ମଡେଲ୍ କୁ ନେଇ ବିଚାର ବିମର୍ଶ ଚାଲିବ। ଆଗାମୀ ଦିନରେ ପୂର୍ବ ଭାରତର ସବୁ ବିମାନବନ୍ଦରରେ ଜରୁରୀକାଳୀନ ହେଲିକପ୍ଟର ମେଡିକାଲ ସେବା (ଏଚ୍ ଇଏମ୍ ଏସ୍) ଉପଲବ୍ଧ କରାଇବା ଯୋଜନା ରହିଛି। ଏହି ସେବାର ଭିତ୍ତିଭୂମିକୁ ନେଇ ଆଲୋଚନା କରାଯିବ। ବିଭିନ୍ନ ଶିଳ୍ପ ସଂସ୍ଥାର ସହଯୋଗରେ ବିମାନ ଚଳାଚଳରେ ନିବେଶ ବୃଦ୍ଧି, ପିପିପି ମୋଡରେ ବେସାମରିକ ବିମାନ ଭିତ୍ତିଭୂମିର ଆଧୁନିକରଣ ପାଇଁ ଆଲୋଚନା କରାଯିବ।










