16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶବିହାରରେ ରାହୁଲ ଗାନ୍ଧୀଙ୍କ ବାଇକ୍ ରାଲି ସମୟରେ ସୁରକ୍ଷାରେ ତ୍ରୁଟି

ବିହାରରେ ରାହୁଲ ଗାନ୍ଧୀଙ୍କ ବାଇକ୍ ରାଲି ସମୟରେ ସୁରକ୍ଷାରେ ତ୍ରୁଟି

ବିହାର: ରବିବାର ଦିନ ବିହାରର ପୂର୍ଣ୍ଣିଆ ଜିଲ୍ଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆରଜେଡିର ତେଜସ୍ୱୀ ଯାଦବଙ୍କ ବାଇକ୍ ରାଲି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଭୋଟର ଅଧିକାର ଯାତ୍ରା ସମୟରେ ନେତାମାନେ ଆରାରିଆର ରାସ୍ତାରେ ଯାଉଥିବା ସମୟରେ, ଜଣେ ଅତ୍ୟଧିକ ଉତ୍ସାହିତ ସମର୍ଥକ ଗାନ୍ଧୀଙ୍କ ପାଖକୁ ଦୌଡ଼ି ଆସି ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ସୁରକ୍ଷା କର୍ମୀମାନେ ତୁରନ୍ତ ହସ୍ତକ୍ଷେପ କରି ଲାଲ ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଚାପୁଡ଼ା ମାରି କଂଗ୍ରେସ ନେତାଙ୍କ ଠାରୁ ଦୂରେଇ ଦେଇଥିଲେ। ଏହି ଘଟଣାଟି ଭିଡିଓରେ କଏଦ ହୋଇଥିଲା ଏବଂ ସୋସିଆଲ ମିଡିଆରେ ଏବେ ଏହା ନିଆଁ ଭଲି ଭାଇରଲ ହେଉଛି

୧୭ ଅଗଷ୍ଟରେ ସାସାରାମରୁ ଆରମ୍ଭ ହୋଇଥିବା ଭୋଟର ଅଧିକାର ଯାତ୍ରା ୧୬ ଦିନରେ ବିହାରର ୨୦ରୁ ଅଧିକ ଜିଲ୍ଲା ପରିକ୍ରମା କରିବ। ସେପ୍ଟେମ୍ବର ୧ ତାରିଖରେ ଏକ ବିଶାଳ ରାଲି ସହିତ ଏହି ପଦଯାତ୍ରା ପାଟନାରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଦିନ, ଯାତ୍ରା ଆରାରିଆରେ ପ୍ରବେଶ କରିବା ସମୟରେ ଗାନ୍ଧୀ ଏବଂ ଯାଦବ ବାଇକ୍ ଚଲାଉଥିବାର ଦେଖାଯାଇଥିଲା, ସେମାନଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଏହି ସମୟରେ, ଉଭୟ ନେତା ଅନ୍ୟ ଇଣ୍ଡିଆ ବ୍ଲକ୍ ପ୍ରତିନିଧିମାନଙ୍କ ସହିତ ଆରାରିଆରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବାର ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking