ଭୁବନେଶ୍ୱର: ଶକ୍ତି ବିଭାଗର ଗୃହ କମିଟିର ବୈଠକରେ ଉଦବେଗ । ଗ୍ରୀନ ଏନର୍ଜି ଓ ସ୍ମାର୍ଟ ମିଟରକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ।ତାପଜ ବିଦ୍ୟୁତ ଅପେକ୍ଷା ଜଳ ବିଦ୍ୟୁତ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି । ସୌର ଏବଂ ପବନ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇଁ ବିଭାଗକୁ ସୁପାରିଶ । ମେଡିକାଲ କଲେଜ ଓ ହସ୍ପିଟାଲରେ ନିରବିଚ୍ଚିନ୍ନ ବିଦ୍ୟୁତ ଦିଆଯିବ । ମୃତ ବ୍ୟକ୍ତିଙ୍କ ନାଁରେ ବିଲ ବକେୟା ଥିଲା ପରପିଢିଙ୍କୁ ବିଜୁଳି ମିଳିବ । ବୈଠକରେ ପାୱାର କଟ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ଶକ୍ତି ବିଭାଗକୁ ରିପୋର୍ଟ ମାଗିଛି । ଏନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।









