19.1 C
Bhubaneswar
Friday, February 6, 2026
Homeଓଡିଶାଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦେଶାତ୍ମବୋଧକ ଉତ୍ସାହ ସହିତ ୭୯ ତମ ସ୍ୱାଧୀନତା ଦିବସ ପାଳନ...

ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦେଶାତ୍ମବୋଧକ ଉତ୍ସାହ ସହିତ ୭୯ ତମ ସ୍ୱାଧୀନତା ଦିବସ ପାଳନ କରିଛି

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ତରଫରୁ ଉନ୍ନତି ଭବନ ପରିସରରେ ଗର୍ବ ଏବଂ ଦେଶାତ୍ମବୋଧକ ଉତ୍ସାହ ସହିତ ୭୯ ତମ ସ୍ୱାଧୀନତା ଦିବସ ପାଳନ କରଯାଇଥିଲା। ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଜନସେବା ତଥା ନାଗରିକ କଲ୍ୟାଣ ପ୍ରତି ବିଭାଗର ପ୍ରତିବଦ୍ଧତା ଉପରେ ଆଲୋକପାତ କରି ସମାବେଶକୁ ସମ୍ବୋଧିତ କରିଥିଲେ।

ଉଦବୋଧନ ଦେଇ ଶ୍ରୀମତୀ ପାଢୀ କହିଥିଲେ, “ସ୍ୱାଧୀନତା ଦିବସ କେବଳ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବାର ସମୟ ନୁହେଁ, ବରଂ ଲୋକଙ୍କ ସେବା ପାଇଁ ନିଜକୁ ପୁନଃସମର୍ପିତ କରିବା ପାଇଁ ଆମ ସମସ୍ତଙ୍କ ପାଇଁ ଏକ ଆହ୍ଵାନ । ସ୍ବାଧିନତାର ଉଚ୍ଚମୂଲ୍ଯବୋଧ ବଜାୟ ରଖିବାସହିତ ମିଳିତ ଭାବେ, ଆମେ ଓଡ଼ିଶାର ଭବିଷ୍ୟତ ପାଇଁ ଏକ ପ୍ରଗତିଶୀଳ, ସମାବେଶୀ ଏବଂ ସ୍ଥାୟୀ ସହରାଞ୍ଚଳ ନିର୍ମାଣ ଜାରି ରଖିବାକୁ ଉତ୍ଚାର୍ଗୀକୃତ ଭାବେ କର୍ତବ୍ୟ କରିବାକୁ ସେ କହିଥିଲେ ।

ଏହି ଅବସରରେ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ବରିଷ୍ଠ ଅଧିକାରୀ ଏବଂ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଉତ୍ସବ ଏକତାର ଭାବନା, ରାଷ୍ଟ୍ରର ଐତିହ୍ୟ ପ୍ରତି ସମ୍ମାନ ଏବଂ ରାଜ୍ୟର ସହରାଞ୍ଚଳ ପରିବର୍ତ୍ତନରେ ଯୋଗଦାନ ପାଇଁ ଏକ ନୂତନ ସଂକଳ୍ପ ଦ୍ୱାରା ଚିହ୍ନିତ ହୋଇଥିଲା |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking