ସମ୍ବଲପୁର: ଏବେ କୋଟିଆ ଓଡିଶା ମୁହାଁ । ଓ ଓଡିଶା କୋଟିଆ ମୁହାଁ । କୋଟିଆରେ ପୂର୍ୱରୁ ଆନ୍ଧ୍ର ଯାହାକିଛି କରିଥିଲା , କିନ୍ତୁ ଆଗକୁ ଆଉ କିଛି କରିପାରିବ ନାହିଁ ବୋଲି କହିଛନ୍ତି, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୋଟିଆକୁ ନେଇ ଏଭଳି କଥା କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏହା ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, କୋଟିଆରେ ଦ୍ରୁତ ଗତିରେ ବିକାଶ କାମ ଚାଲିଛି । ରାଜସ୍ୱ ମନ୍ତ୍ରୀ ଭାବରେ କୋଟିଆ ପରିଦର୍ଶନରେ ଯାଇ ସେଠାରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ନେଇ ସସୁଚନା ଦେଇଛନ୍ତି ମନ୍ତ୍ରୀ । କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ କୋଟିଆ ଗସ୍ତ କରି ସେଠାରେ ସୁଭଦ୍ରା ଯୋଜନାର ସମୀକ୍ଷା କରିଥିବା କହିଛନ୍ତି ସୁରେଶ ପୂଜାରୀ ।










