ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ବାଲି ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସୁନ୍ଦରପୁର ଗ୍ରାମର ବାଲିସାହିର କୃଷ୍ଣ ଚନ୍ଦ୍ର ସାହୁଙ୍କ ଘରେ ପେଟ୍ରୋଲ ବ୍ୟାରେଲ ଫାଟିବାରୁ ହୁତୁ ହୁତୁ ହୋଇ ତାଙ୍କର ଘର ଜଳିଯାଇଛି । ଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବଞ୍ଚି ଯାଇଛନ୍ତି । ନିଆଁ ର ଆଁରେ ସବୁ ଆସବାବ ପତ୍ର , ଜିନିଷ ପୋଡି ପାଉଁଶ ହୋଇଯାଇଛି । ସୂଚନା ପାଇ ଦୁଇଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କୃଷ୍ଣ ଚନ୍ଦ୍ର ସାହୁ ନିଜ ଘରେ ବ୍ୟାରେଲରେ ପେଟ୍ରୋଲ ରଖି ବିକ୍ରି କରୁଥିବା ଜଣାପଡିଛି ।










