34.1 C
Bhubaneswar
Sunday, February 22, 2026
Homeଓଡିଶାକେନ୍ଦ୍ରାପଡା ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କଲେ ତଥ୍ୟ ଅନୁଧ୍ୟାନକାରୀ କମିଟି

କେନ୍ଦ୍ରାପଡା ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କଲେ ତଥ୍ୟ ଅନୁଧ୍ୟାନକାରୀ କମିଟି

ଭୁବନେଶ୍ୱର:  କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜନଗର ଠାରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିର ଅଧ୍ୟକ ନଗେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲ୍ଲା ସଂଯୋଜକ ପ୍ରଫୁଲ ଦାସ, ପୂର୍ବତନ ବିଧାୟିକା ସୀପ୍ରା ମଲ୍ଲିକ, ପିସିସି ସମ୍ପାଦିକା ସସ୍ମିତା ପଣ୍ଡା, ମଧୁସ୍ମିତା ଆଚାର୍ଯ୍ୟ, ସମ୍‌ସିଦା ତୟାବ, ଅମ୍ରିତା ଦାସ, ପ୍ରଦୀପ ପ୍ରଧାନ, ପ୍ରଶାନ୍ତ କୁମାର ରାଉତ, ସତ୍ୟପ୍ରିୟ ସାମଲ ପ୍ରମୁଖ ବହୁ କଂଗ୍ରେସ ନେତୃବର୍ଗ ଘଟଣା ସ୍ଥଳକୁ ଯାଇ ପୀଡ଼ିତାଙ୍କୁ ଏବଂ ତାଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ଅବସରରେ ଉକ୍ତ ତଥ୍ୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କକୁ ଭେଟି ଆଲୋଚନା କରିଛନ୍ତି । ତଥ୍ୟ ଅନୁଧ୍ୟାନ କମିଟି ଏକ ରିପୋର୍ଟ ପିସିସି ସଭାପତି ଶ୍ରୀ ଦାସଙ୍କ ପାଖରେ ଦାଖଲ କରିବେ ବୋଲି କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking