16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଡ୍ରଗ୍ସ ଯୋଗାଣ ଅଭିଯୋଗ: ଭେନେଜୁଏଲା ରାଷ୍ଟ୍ରପତିଙ୍କ ଉପରେ ୫୦ ମିଲିଅନ୍ ଡଲାର ପୁରସ୍କାର ଘୋଷଣା କଲା...

ଡ୍ରଗ୍ସ ଯୋଗାଣ ଅଭିଯୋଗ: ଭେନେଜୁଏଲା ରାଷ୍ଟ୍ରପତିଙ୍କ ଉପରେ ୫୦ ମିଲିଅନ୍ ଡଲାର ପୁରସ୍କାର ଘୋଷଣା କଲା ଆମେରିକା

କାରାକାସ: ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିବା ପୂର୍ବକ ତାଙ୍କ ଗିରଫଦାରୀ ପାଇଁ ଆମେରିକା ପ୍ରାୟ ୫୦ ମିଲିଅନ୍ ଡଲାର ଅର୍ଥାତ୍ ୪୧୮ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି । କେବଳ ସେତିକି ନୁହେଁ ମାଦୁରୋଙ୍କର ପ୍ରାୟ ୭୦୦ ନିୟୁତ ଡଲାର ସମ୍ପତ୍ତିକୁ ମଧ୍ୟ ଜବତ କରିନେଇଛି ଆମେରିକା । ଟ୍ରମ୍ପ ପ୍ରଶାସନ ଅଭିଯୋଗ କରିଛି ଯେ ମାଦୁରୋ ବିଶ୍ୱର ସବୁଠାରୁ ବଡ଼ ଡ୍ରଗ୍ସ ଚାଲାଣକାରୀଙ୍କ ମଧ୍ୟରୁ ଜଣେ । ମାଦୁରୋଙ୍କ ଉପରେ ଏକ ଡ୍ରଗ୍ କାର୍ଟେଲ ସହିତ ମିଶି ଆମେରିକାକୁ ଫେଣ୍ଟାନିଲ୍‌-ଯୁକ୍ତ କୋକେନ୍ ପଠାଇବାର ଅଭିଯୋଗ ରହିଛି । ଗୁରୁବାର ପୁରସ୍କାର ଘୋଷଣା କରି ଆମେରିକା ଆଟର୍ଣ୍ଣି ଜେନେରାଲ ପାମ୍ ୱଣ୍ଡି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ମାଦୁରୋ ନ୍ୟାୟରୁ ଖସି ପାରିବେ ନାହିଁ ଏବଂ ତାଙ୍କ ଅପରାଧ ପାଇଁ ତାଙ୍କୁ ଜବାବ ଦେବାକୁ ପଡିବ । ନ୍ୟାୟ ବିଭାଗ ମାଦୁରୋଙ୍କ ୭୦୦ ନିୟୁତ ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଛି । ଏଥିରେ ଦୁଇଟି ବ୍ୟକ୍ତିଗତ ଜେଟ୍ ଅନ୍ତର୍ଭୁକ୍ତ । ୨୦୨୦ ମସିହାରେ ମାଦୁରୋଙ୍କ ବିରୋଧରେ ନାର୍କୋ-ଆତଙ୍କବାଦ ଅଭିଯୋଗ ଆସିଥିଲା । ୨୦୨୦ ମସିହାରେ ମାନହାଟନ ଫେଡେରାଲ କୋର୍ଟରେ ମାଦୁରୋଙ୍କ ବିରୋଧରେ ନାର୍କୋ-ଆତଙ୍କବାଦ ଏବଂ କୋକେନ୍ ଚୋରା ଚାଲାଣ ଷଡ଼ଯନ୍ତ୍ର ଅଭିଯୋଗ ଆସିଥିଲା । ସେହି ସମୟରେ, ଟ୍ରମ୍ପ ପ୍ରଶାସନ ତାଙ୍କ ଗିରଫଦାରୀ ପାଇଁ ୧୫ ନିୟୁତ ଡଲାର ପୁରସ୍କାର ରଖିଥିଲେ । ପରେ ବିଡେନ୍ ପ୍ରଶାସନ ଦ୍ୱାରା ଏହାକୁ ୨୫ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା ।

୨୦୧୩ ମସିହାରୁ ମାଦୁରୋ ଭେନେଜୁଏଲାରେ କ୍ଷମତାରେ ଅଛନ୍ତି । ଆମେରିକା, ୟୁରୋପୀୟ ସଂଘ ଏବଂ ଲାଟିନ୍ ଆମେରିକୀୟ ଦେଶମାନେ ତାଙ୍କ ଉପରେ ନିର୍ବାଚନରେ ଜାଲିଆତି କରିଥିବା ଅଭିଯୋଗ କରିଆସୁଛନ୍ତି । ଏହି ଦେଶଗୁଡ଼ିକ ୨୦୨୪ ମସିହାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଜାଲିଆତି କରିଥିବା ମାଦୁରୋଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପ୍ରକାଶ, ଇତି ମଧ୍ୟରେ ଆମେରିକା ଭେନେଜୁଏଲା ଉପରେ ଅନେକ କଟକଣା ଲଗାଇଛି । ପ୍ରାୟ ୧୦୦ ବର୍ଷ ପୂର୍ବେ ଭେନେଜୁଏଲାରେ ତୈଳ ଭଣ୍ଡାର ଆବିଷ୍କୃତ ହୋଇଥିଲା । ତେଲ ଆବିଷ୍କାର ହେବାର ମାତ୍ର ୨୦ ବର୍ଷ ପରେ, ଭେନେଜୁଏଲା ବିଶ୍ୱର ସର୍ବବୃହତ ତୈଳ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଗଲା । ଏହାକୁ ସେତେବେଳେ ଲାଟିନ୍ ଆମେରିକାର ସାଉଦି ଆରବ କୁହାଯାଉଥିଲା । ୧୯୫୦ ଦଶକରେ, ଭେନେଜୁଏଲା ବିଶ୍ୱର ଚତୁର୍ଥ ଧନୀ ଦେଶ ଥିଲା । କିନ୍ତୁ ୮୦ ଦଶକ ବେଳକୁ ତେଲ ମୂଲ୍ୟ ହ୍ରାସ ପାଇବା ଯୋଗୁ ଭେନେଜୁଏଲାର ଅର୍ଥନୀତିକୁ ମଧ୍ୟ ତଳକୁ ଟାଣି ଆଣିଥିଲା । ଆଜି ଏହି ଦେଶର ଅବସ୍ଥା ଆହୁରି ଖରାପ ହୋଇଯାଇଛି । ଦେଶର ୭୫ ପ୍ରତିଶତ ଜନସଂଖ୍ୟା ଦାରିଦ୍ର‌୍ୟ ସୀମାରେଖା ତଳେ ରହୁଛନ୍ତି । ବିବିସି ଅନୁଯାୟୀ, ଗତ ୭ ବର୍ଷ ମଧ୍ୟରେ ପ୍ରାୟ ୭.୫ ନିୟୁତ ଲୋକ ଦେଶ ଛାଡିଛନ୍ତି । ୨୦୧୫ ମସିହାରେ ଆମେରିକାର କଟକଣା ଯୋଗୁଁ ଭେନେଜୁଏଲାର ଅବସ୍ଥା ଆହୁରି ଖରାପ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking