29.1 C
Bhubaneswar
Monday, February 9, 2026
Homeଓଡିଶାଆସନ୍ତା ସ୍ୱୟାତ୍ତ ଶାସନ ଦିବସକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି

ଆସନ୍ତା ସ୍ୱୟାତ୍ତ ଶାସନ ଦିବସକୁ ଧୁମଧାମରେ ପାଳନ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖ ସ୍ୱାୟତ୍ତ ଶାସନ ଦିବସ। ଚଳିତ ବର୍ଷ ଏହି ସ୍ୱୟାତ୍ତ ଶାସନ ଦିବସକୁ ସ୍ମରଣୀୟ ଭାବେ ପାଳନ କରିବାକୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇଛି। ଏହି ଉତ୍ସବର ଏକ ଅଂଶ ଭାବରେ, ଅଗଷ୍ଟ ୨୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ରେ ଏକ ସପ୍ତାହ ବ୍ୟାପି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦ୍ୱାରା ଜାରି କରାଯାଇଥିବା ପରାମର୍ଶ ଏବଂ ମାର୍ଗଦର୍ଶୀକା ଅନୁଯାୟୀ, ନାଗରିକଙ୍କ ଅଂଶଗ୍ରହଣ, ପରିବେଶ ସଚେତନତା, ସ୍ୱଚ୍ଛତା ଏବଂ ଗୋଷ୍ଠୀ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଯୋଜନା କରାଯାଇଥିବା ପ୍ରମୁଖ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ରହିଛି- ସହରାଞ୍ଚଳ ବୃକ୍ଷରୋପଣ ଅଭିଯାନ-“ଏକ ପେଡ୍ ମା କେ ନାମ”, ଚାରା ରୋପଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ, ଛାତ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ନାଗରିକ ସମାଜକୁ ନେଇ ସଂପୃକ୍ତ ଅଂଚଳରେ ଉପଲବ୍ଧ ଚାରା, ସଚେତନତା ଶୋଭାଯାତ୍ରା ଓ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ।

ଏହା ବ୍ୟତୀତ “ଗ୍ରୀନ୍ ୱାର୍ଡ” ଅଭିଯାନର ଶୁଭାରମ୍ଭ, ଗୋଷ୍ଠୀ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଉପଯୁକ୍ତ ବ୍ରାଣ୍ଡିଂ ଏବଂ ମିଡିଆ କଭରେଜ୍, ପୌର ଯୋଗଦାନ ଏବଂ ସେବା ବିତରଣକୁ ମଜବୁତ କରିବା, ପରିମଳ କର୍ମଚାରୀଙ୍କ କଲ୍ୟାଣ ଏବଂ ଶ୍ରମିକଙ୍କ ମର୍ଯ୍ୟାଦା ପାଇଁ ଗରିମା ଆଇଇସି ଅଭିଯାନ, ସହଯୋଗ ଶିବିର “ଘରେ ଘର ତିରଙ୍ଗା-ଘରେ ଘରେ ସ୍ୱଚ୍ଛତା” ଦେଶପ୍ରେମକୁ ସ୍ୱଚ୍ଛତା ଅଭିଯାନ ସହିତ ଯୋଡିବା ପାଇଁ ସକାଳ ସମୟରେ ପଥ ଉତ୍ସବ ଆୟୋଜନ କରି ଗୋଷ୍ଠୀ ମନୋରଞ୍ଜନ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା । ଯୁବ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ସହିତ ଏହି କାର୍ଯ୍ୟକଳାପ ଆୟୋଜନ କରିବା ଓ କ୍ରୀଡ଼ା ଦିବସ କାର୍ଯ୍ୟକଳାପ ପାଇଁ ପଥ ପ୍ରଶସ୍ତ କରିବା । ଚଳିତ ବର୍ଷ ଓଡ଼ିଶାର ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସକୁ ସରସ, ସୁନ୍ଦର, ଚିତ୍ତାକର୍ଷକ ଓ ସ୍ମରଣୀୟ କରିବା ପାଇଁ ଯୋଜନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking