ଖୋର୍ଦ୍ଧା: ହୋମଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ଖୋର୍ଦ୍ଧା ଜିଲ୍ଲାରୁ ଆସିଛି । ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଦୌଡୁଥିବା ବେଳେ ଅସୁସ୍ଥ ହୋଇ ତଳେ ପଡିଗଲେ ପରୀକ୍ଷାର୍ଥୀ ।ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘୋଷଣା କଲେ ଡାକ୍ତର ।










