24.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଶୋଷରେ ଶୁଖିଗଲାଣି ଆତଙ୍କୀସ୍ତାନର ଗଳା

ଶୋଷରେ ଶୁଖିଗଲାଣି ଆତଙ୍କୀସ୍ତାନର ଗଳା

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ପ୍ରକୃତିର ବଡ଼ ପ୍ରହାର। ପିଇବା ପାଣି ପାଇଁ ଚାରିଆଡ଼େ ହାହାକାର। ଜଳାଭାବରେ ଡହଳ ବିକଳ ଲୋକେ । ଶୋଷରେ ଶୁଖିଗଲାଣି ଆତଙ୍କୀସ୍ତାନର ଗଳା । ସମୁଦ୍ର ପଟୁ ମାଡ଼ି ଆସିଲାଣି ଲୁଣି ପାଣି। ସାଗର ଆଁରେ ସମାଧି ନେବେ ୪୦ ଗାଁ । ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ପରେ ୮୦ ଭାଗ ଶୁଖିଗଲାଣି ସିନ୍ଧୁ ନଦୀ। ଆଉ ବାକି ଅଛି ମାତ୍ର ୨୦% ଜଳ । ଚାଷବାସ ତ ଦୂରର କଥା ଏବେ ପିଇବାକୁ ମିଳୁନି ମୁନ୍ଦେ ପାଣି। ମାଟି ଉପରେ ଚଢିଗଲାଣି ଲୁଣି ପରସ୍ତ। ଗାଁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଲୋକେ। ପଳାୟନ କଲେଣି ୧୨ ଲକ୍ଷ ଲୋକ। ଥିଙ୍କ ଟ୍ୟାଙ୍କ୍ ଜିନ୍ନା ଇନଷ୍ଟିଚ୍ୟୁଟ୍ ଦ୍ଵାରା ପ୍ରକାଶିତ ରିପୋର୍ଟରେ ବଡ଼ ଖୁଲାସା ହୋଇଛି ।

ପାକିସ୍ତାନର ସିନ୍ଧୁ ଡେଲ୍ଟାରେ ଗଢି ଉଠିଥିବା ସଭ୍ୟତା ଏବେ ଉଜୁଡ଼ିବାକୁ ବସିଛି। ସ୍ଥଳ ଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସିଛି । ପାକିସ୍ତାନର ୪୦ ଗାଁ ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି। ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ, ଜଳବିଦ୍ୟୁତ୍ ବନ୍ଧ, ଏବଂ ହିମ ନଦୀ ଗୁଡ଼ିକରେ ବରଫ ତରଳିବା ଯୋଗୁଁ ସମୁଦ୍ର ବିନାଶକାରୀ ରୂପ ଧାରଣ କରିଛି। ସେପଟେ ୧୯୫୦ରୁ ସିନ୍ଧୁ ଡେଲ୍ଟାର ଜଳସ୍ରୋତ କ୍ରମାଗତ ଭାବେ ହ୍ରାସ ପାଇ ୮୦ ପ୍ରତିଶତ ଶୁଖିଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ସିନ୍ଧୁ ଡେଲ୍ଟାରୁ ପ୍ରାୟ ୧୨ ଲକ୍ଷ ଲୋକ ଜନ୍ମମାଟି ଛାଡ଼ି ପଳାୟନ କଲେଣି। ଏହି ବିସ୍ଥାପିତମାନେ ବାଧ୍ୟ ହୋଇ କରାଚିରେ ଶରଣ ନେଇଛନ୍ତି। ସିନ୍ଧୁ ନଦୀ ତ୍ରିକୋଣ ଭୂମିରେ ବସବାସ କରୁଥିବା ଏହି ୪୦ ଗାଁର ଲୋକେ ମୁଖ୍ୟତଃ ଚାଷବାସ ଓ ମାଛ ଧରି ଜୀବିକା ନିର୍ବାହ କରନ୍ତି। ଚାଷ ଜମିରେ ଏବେ ଲୁଣି ପାଣି ମାଡ଼ି ଯିବାରୁ ଚାଷବାସ ପ୍ରଭାବିତ ହୋଇଛି। ମଧୁର ଜଳରେ ରହୁଥିବା ମାଛ ଓ କଙ୍କଡ଼ା ମଧ୍ୟ ମରିଯାଉଛନ୍ତି। ତେଣୁ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଲୋକମାନେ ଭୋକ ଶୋଷରେ ଆଉଟୁ ପାଉଟୁ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking