28.9 C
Bhubaneswar
Tuesday, June 30, 2026
Homeଓଡିଶାବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ। ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି ବାଲିଆ ଅଂଚଳର ପାର୍ଥ ସାରଥୀ ଦାସ। ଥାନା ଭିତରେ ଅମାନୁଷିକ  ମାଡ଼ ଯୋଗୁଁ ଗୁରୁତର ହୋଇ ଚିକିତ୍ସିତ ହେବାପରେ ଗତ ୩ତାରିଖ ଦିନ ଜଗତସିଂହପୁର ଏସପି ଏବଂ ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛନ୍ତି ପାର୍ଥ। ଗତ ଜୁଲାଇ  ୨୫ତାରିଖରେ ବିରିଡି ବ୍ଲକ କାର୍ଯ୍ୟାଳୟରେ   ବିଜେଡି ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା। ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଘଟଣା ସ୍ଥଳରୁ ପାର୍ଥଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପୀଡିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking