16.1 C
Bhubaneswar
Thursday, February 5, 2026
Homeଓଡିଶାପୋଲିସକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ପୋଲିସକୁ ଅସଦାଚରଣ ଅଭିଯୋଗରେ ଯୁବକ ଗିରଫ

ଭଞ୍ଜନଗର: ଭଞ୍ଜନଗରରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ ଏବଂ ଅନ୍ୟମାନେ ରବିବାର ରାତିରେ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସଂପୃକ୍ତ ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପୋଲିସ ତାଙ୍କୁ ଡାକି ପଚାରିବାରୁ ସେ ପୋଲିସକୁ ଅସଦାଚରଣ ଦେଖାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରିବା ସମୟରେ ତାଙ୍କଠୁ ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ ହୋଇଛି। ଏନେଇ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking