13.1 C
Bhubaneswar
Sunday, December 7, 2025
Homeଓଡିଶାଜଗତସିଂହପୁରରେ ଜଣ୍ଡିସ ଆତଙ୍କ

ଜଗତସିଂହପୁରରେ ଜଣ୍ଡିସ ଆତଙ୍କ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ   ପୂରଣ ପଞ୍ଚାୟତର ଦଣ୍ଡାସାହି ଗାଁରେ ଜଣ୍ଡିସ ଆତଙ୍କ । ଏକ ମାସ ଧରି ଜଣ୍ଡିସ ସଂକ୍ରମଣ  ଲାଗି ରହିଥିବା ବେଳେ  ଗତ ୫ ଦିନ ମଧ୍ୟରେ  ୭ ଜଣରୁ   ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ପିଇ ଜଣ୍ଡିସ  ବ୍ୟାପୁଥିବାର ଆଶଙ୍କା  କରାଯାଇଥିବା ବେଳେ   ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଣରେ ବିଳମ୍ବ ଯୋଗୁଁ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  ଅନ୍ୟପଟେ କିଛି ଜଣ୍ଡିସ ଆକ୍ରାନ୍ତ ରୋଗୀ ଚେରମୁଳି ବା ଝଡାଫୁଙ୍କା କୁ ଭରସା କରି ଦିନ କାଟୁଥିବା ବେଳେ ପାନୀୟ ଜଳର ନମୁନା ପରୀକ୍ଷାରୁ ରିପୋର୍ଟ ଠିକ୍ ରହିଛି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଏହି ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ ପହଞ୍ଚି ଚିକିତ୍ସା କରିବା ସହିତ ସନ୍ଦିଗ୍ଧ ରୋଗୀଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରି ଚିକିତ୍ସା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking