26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଆତ୍ମହତ୍ୟା କଲେ ୧୩ ବର୍ଷୀୟ ନାବାଳକ

ଆତ୍ମହତ୍ୟା କଲେ ୧୩ ବର୍ଷୀୟ ନାବାଳକ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ଫ୍ରି ଫାୟାରରେ ହାରିଗଲା ବୋଲି ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ନାବାଳକ ତାଙ୍କ ଜନ୍ମଦିନର ଦୁଇ ଦିନ ପରେ ଆତ୍ମହତ୍ୟା କରିଛନ୍ତି।  ଗୁରୁବାର ରାତିରେ ୧୩ ବର୍ଷୀୟ ଛାତ୍ର ଜଣକ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଛାତ୍ର ଜଣକ ଅନଲାଇନ୍ ଫ୍ରି ଫାୟାର ଗେମରେ ୨୮୦୦ ଟଙ୍କା ହରାଇଛନ୍ତି। ଯେହେତୁ ସେ ଗେମରେ ଟଙ୍କା ଲଗାଇ ହାରିଗଲେ। ତେଣୁ ଡରୁଥିଲେ କି ଯଦି ଘର ଲୋକ ଜାଣିଯିବେ ତାହାଲେ ତାଙ୍କ ଉପରେ ରାଗିବେ ଏବଂ ତାଙ୍କୁ ମାଡ଼ ମାରିବେ। ସେହି ଭୟରେ ସେ ନିଜ ଜୀବନ ହାରିଦେଲେ।

ମୃତକଙ୍କ ନାମ ଅକଳଙ୍କ ଜୈନ (୧୩ ବର୍ଷ), ସେ ଏମ୍ଆଇଜି ଅଞ୍ଚଳର ଅନୁରାଗ ନଗରରେ ରହୁଥିଲେ। ତାଙ୍କ ଜେଜେବାପା ପ୍ରଥମେ ତାଙ୍କୁ ଫାଶୀରେ ଝୁଲୁଥିବାର ଦେଖିଲେ। ପରେ ପରିବାର ଲୋକଙ୍କୁ ଜଣାଇବାରୁ ସେମାନେ ତୁରନ୍ତ ପୁଅକୁ ଫାଶୀରୁ ଓହ୍ଲାଇ ଡିଏନ୍ଏସ୍ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ହସ୍ପିଟାଲ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା। କୁହାଯାଉଛି ଯେ ଛାତ୍ର ଜଣକ ମୋବାଇଲରେ ଫ୍ରି ଫାୟାର ଖେଳ ଖେଳିବାରେ ନିଶାଗ୍ରସ୍ତ ଥିଲେ। ଏହି କାରଣରୁ ତାଙ୍କର ୨୮୦୦ ଟଙ୍କା ହରାଇଥିଲେ। ସେ ତାଙ୍କ ମାଆଙ୍କ କ୍ରେଡିଟ୍ କାର୍ଡରେ ଖେଳ ଖେଳୁଥିଲେ। ଘଟଣା ସମୟରେ ତାଙ୍କ ରୁମରେ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ।

ପୋଲିସର କହିବା ଅନୁଯାୟୀ, ଛାତ୍ରଟି ପାଖରେ ସିମ୍ କାର୍ଡ ନଥିବା ଏକ ମୋବାଇଲ୍ ଥିଲା, ଯାହା ୱାଇ-ଫାଇ ସହିତ ସଂଯୋଗ ହୋଇଥିଲା। ସେ ତାଙ୍କ ମାଆଙ୍କ ଡେବିଟ୍ କାର୍ଡକୁ ଗେମିଂ ଆଇଡି ସହିତ ଲିଙ୍କ୍ କରିଥିଲେ, ଯାହା ମାଧ୍ୟମରେ ଟଙ୍କା କାରବାର ହେଉଥିଲା। ତାଙ୍କ ମାଆଙ୍କ କ୍ରେଡିଟ୍ କାର୍ଡରୁ ୨୮୦୦ ଟଙ୍କା ଡେବିଟ୍ ହୋଇଥିଲା। ଅକାଳଙ୍କ୍ ଏ ବିଷୟରେ ତାଙ୍କ ମାଆଙ୍କୁ ମଧ୍ୟ ଜଣାଇଥିଲେ। ପିଲାଟି ଭୟଭୀତ ଥିଲା ଯେ ତାଙ୍କ ବାପା ଅଙ୍କେଶ ଜୈନ ତାଙ୍କୁ ଗାଳି ଦେବେ। ଏହି ଭୟ ଯୋଗୁଁ ପିଲାଟି ଆତ୍ମହତ୍ୟା କରିଥିଲା। ଛାତ୍ର ଜଣକ ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ଅଙ୍କେଶ ଜୈନ ଜଣେ ଅଟୋ ପାର୍ଟସ୍ ବ୍ୟବସାୟୀ ଯାହାଙ୍କର ଛୋଟି ଗ୍ୱାଲଟୋଲି ଏବଂ ଦେବାସ ନାକାରେ ଦୋକାନ ଅଛି। ପରିବାରରେ ତାଙ୍କର ଜଣେ ସାନ ଭାଇ ମଧ୍ୟ ଅଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଏମୱାଇ ହସ୍ପିଟାଲକୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking