25.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶଋଷରେ ଭୟଙ୍କର ଭୂମିକମ୍ପ: ସୁନାମି ଆତଙ୍କ

ଋଷରେ ଭୟଙ୍କର ଭୂମିକମ୍ପ: ସୁନାମି ଆତଙ୍କ

ନୂଆଦିଲ୍ଲୀ : ବୁଧବାର ଦିନ ରୁଷର କାମଚାଟକାରେ ଏକ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୮.୭ ମାପ କରାଯାଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ସମୁଦ୍ର ତଳେ ଭୂମିକମ୍ପ ହୋଇଥିଲା, ଯାହା ପରେ ସୁନାମିର ଆଶଙ୍କା ରହିଛି। ଆମେରିକା ଏବଂ ଜାପାନରେ ସୁନାମି ସତର୍କତା ଜାରି କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ଭୂମିକମ୍ପ ଯୋଗୁଁ କୌଣସି ପ୍ରକାରର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।

ଜାପାନ ପାଣିପାଗ ସଂସ୍ଥା କହିଛି ଯେ 1 ମିଟର ଉଚ୍ଚର ଲହରୀ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳକୁ ପହଞ୍ଚିପାରେ । ଜାପାନର ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ବର୍ତ୍ତମାନର ପରିସ୍ଥିତି ବିଷୟରେ ଅବଗତ କରାଯାଇଛି। ସରକାର ଏକ ଜରୁରୀକାଳୀନ ବୈଠକ ମଧ୍ୟ ଡକାଇଛନ୍ତି, ଯେଉଁଥିରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଦେଶରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।ରୁଷରେ ଅନେକ ଥର ଭୂମିକମ୍ପ ହୋଇଛି। ଚଳିତ ବର୍ଷ ଜୁଲାଇ 20 ତାରିଖରେ କାମଚାଟକାରେ ମଧ୍ୟ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.4 ମାପିଯାଇଥିଲା। ଏହି ଦିନ କାମଚାଟକା ଉପଦ୍ୱୀପରେ 6.7 ତୀବ୍ରତାର ଦ୍ୱିତୀୟ ଭୂମିକମ୍ପ ଆସିଥିଲା।

ଆମେରିକାର ସୁନାମି ସତର୍କତା କେନ୍ଦ୍ର ମଧ୍ୟ ଅନେକ ଅଞ୍ଚଳରେ ସୁନାମି ଚେତାବନୀ ଜାରି କରିଛି। ଏହା କହିଛି ଯେ ଆଗାମୀ ତିନି ଘଣ୍ଟା ମଧ୍ୟରେ ରୁଷ ଏବଂ ଜାପାନର କିଛି ଅଞ୍ଚଳରେ ବିପଦପୂର୍ଣ୍ଣ ସୁନାମି ଲହରୀ ଆସିପାରେ। ଫିଲିପାଇନ୍ସ, ମାର୍ଶାଲ ଦ୍ୱୀପପୁଞ୍ଜ, ପାଲାଉ ଏବଂ ଅନ୍ୟାନ୍ୟ ଦ୍ୱୀପପୁଞ୍ଜରେ ମଧ୍ୟ ମୃଦୁ ଲହରୀ ପହଞ୍ଚିବାର ଆଶଙ୍କା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking