ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଏନକାଉଣ୍ଟର । ଏନକାଉଣ୍ଟରରେ ଅପରେସନ ‘ଶିବଶକ୍ତି’ରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଞ୍ଚରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ । ଆତଙ୍କବାଦୀ ଲୁଚି ରହିଥିବା ନେଇ ସର୍ଚ୍ଚ ଅପରେସନ ଜାରି ରହିଛି । ସୂଚନା ଥାଉକି, ସୋମବାର ଶ୍ରୀନଗରର ହରୱାନ ଅଞ୍ଚଳର ଦାଚିଗାମ ଜାତୀୟ ଉଦ୍ୟାନ ନିକଟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ହସିମ ମୂଷା ମଧ୍ୟ ରହିଥିଲେ । ଅପରେସନ ମହାଦେବରେ ନିପାତ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନାର ସ୍ୱତନ୍ତ୍ର ଅପରେସନରେ ହାସିମର ଏନକାଉଣ୍ଟର ହୋଇଥିଲା । ହାସିମ ମୂଷାକୁ ଧରାଇଦେବାକୁ ୨୦ ଲକ୍ଷର ପୁରସ୍କାର ଥିଲା । କେବଳ ପହଲଗାମ ନୁହେଁ, ଅନ୍ୟ ଆକ୍ରମଣରେ ସମ୍ପୃକ୍ତ ଥିଲ ହାସିମ । କିପରି ପାକିସ୍ତାନ ଖସି ନଯାଏ ଜାଲ ବିଛା ଯାଇଥିଲା ।ଅଧିକାରୀଙ୍କ କହିବା ଅନୁଯାୟୀ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି।










