31.1 C
Bhubaneswar
Tuesday, March 24, 2026
Homeଦେଶ ବିଦେଶକଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ

କଂଗ୍ରେସକୁ ଧୋଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକସଭାରେ କଂଗ୍ରେସ ଉପରେ ଅପରେସନ ସିନ୍ଦୂରର ସମାଲୋଚନାକୁ ନେଇ ତୀବ୍ର ଆକ୍ରମଣ କରିଛନ୍ତିକହିଲେ କଂଗ୍ରେସ ନେତାମାନେ ପାକିସ୍ତାନକୁ କ୍ଲିନଚିଟ୍‌ ଦେଇ ସାରିଛନ୍ତି। ଭାରତ ଆତ୍ମନିର୍ଭରଶୀଳ ଆଡେ ବଢ଼ୁଥିଲା ବେଳେ କଂଗ୍ରେସ ପଛରୁ ଟାଣୁଛି। ପାକିସ୍ତାନ ଷଡ଼ଯନ୍ତ୍ରର ଶିକାର ହୋଇ ମୁଖପାତ୍ର ଭଳି କାମ କରୁଛି କଂଗ୍ରେସ। ପ୍ରଥମେ ଅପରେସନ୍ ସିନ୍ଦୂରକୁ ସମାଲୋଚନା, ପରେ ଅସ୍ତ୍ରବିରତିକୁ ବିରୋଧ। କିଛି ଗଡ଼ବଡ଼ ହେଲେ ମୋଦି ଫସିବେ କଂଗ୍ରେସର ଉଦ୍ଦେଶ୍ୟ। ପାକିସ୍ତାନ ସହ ପହଲଗାମ ଲିଙ୍କ୍‌ର ପ୍ରମାଣ ମାଗୁଛି କଂଗ୍ରେସ। ସୋମବାର ଗୃହ ଆଲୋଚନା ସମୟରେ କଂଗ୍ରେସ ସାଂସଦ ପ୍ରଣିତି ସିନ୍ଦେଙ୍କ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟକୁ ଉଲ୍ଲେଖ କରି ମୋଦି କହିଛନ୍ତି, “ସେ କହିଥିଲେ ଯେ ଅପରେସନ ସିନ୍ଦୁର ଏକ ‘ତମାଶା’ ଥିଲା। ଏହା ଆତଙ୍କବାଦୀଙ୍କ ଦ୍ୱାରା ନିହତ ୨୬ ଜଣଙ୍କ କ୍ଷତ ଉପରେ ଏସିଡ୍ ଲଗାଇବା ପରି।”ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀଙ୍କ ମନ୍ତବ୍ୟର କଡ଼ା ବିରୋଧ କରିଥିଲେ ଏବଂ ଦାବି କରିଛନ୍ତି ଯେ କଂଗ୍ରେସ ଜାଣିଶୁଣି କନିଷ୍ଠ ନେତାମାନଙ୍କୁ ଏପରି ବିବାଦୀୟ ମନ୍ତବ୍ୟ ଦେବାକୁ ବାଧ୍ୟ କରୁଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking