27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଧର୍ମ ପାଇଁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଧର୍ମ ପାଇଁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଫରିଦାବାଦ: ଧର୍ମ ପାଇଁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ୧୦ବର୍ଷ ପ୍ରେମ ସମ୍ପର୍କ ରଖିବା ପରେ ଧର୍ମ ପାଇଁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ। ହରିୟାଣାର ଫରିଦାବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୦ବର୍ଷର ସମ୍ପର୍କ ପରେ ପ୍ରେମିକା ବିବାହ ପାଇଁ କହିବାରୁ ଜଣେ ଯୁବକ ତାଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୁଲାଇ ୨୪ରେ ଏକ ହୋଟେଲ ରୁମ୍ ଭିତରେ ଏହି ହତ୍ୟା ଘଟଣା ଘଟିଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି। ମୃତକଙ୍କ ନାମ ଶିବ୍ବା(୩୩) ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତର ନାମ ଦୀପକ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ଦିଲ୍ଲୀର ବଦରପୁରର ମୋହନ ବାବା ନଗରର ବାସିନ୍ଦା ଶିବ୍ବା ଏକ ଘରୋଇ ବ୍ୟାଙ୍କରେ ବୀମା ପରାମର୍ଶଦାତା ଭାବରେ କାମ କରୁଥିଲେ।

ଜୁଲାଇ ୨୪ତାରିଖ ସକାଳେ, ସେ ତାଙ୍କ ପରିବାରକୁ ଅଫିସ ଯାଉଛି ବୋଲି କହି ଘରୁ ବାହାରିଥିଲେ। ପରେ ସେ ମଧ୍ୟାହ୍ନ ଭୋଜନ ବିଷୟରେ ପଚାରିବା ପାଇଁ ତାଙ୍କ ମାଆଙ୍କୁ ଫୋନ୍ ମଧ୍ୟ କରିଥିଲେ। କିନ୍ତୁ ରାତି ହେବା ପରେ ସେ ଘରକୁ ଫେରି ନଥିଲେ। ଏହା ସହ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା। ଏହି ଦିନ ସେ ଦୀପକଙ୍କ ସହ ଆଇପି କଲୋନିରେ ଥିବା ହୋଟେଲରେ ଚେକ୍ ଇନ୍ କରିଥିଲେ ବୋଲି ଜଣାଯାଇଛି। ତେବେ ଜୁଲାଇ ୨୫ରେ ଚେକ୍ ଆଉଟ୍ ସମୟ ଗଡ଼ିଯିବା ପରେ ବି ରୁମ୍ ନଖୋଲିବାରୁ ହୋଟେଲ କର୍ମଚାରୀ ରୁମ୍ ଖୋଲି ଭିତରକୁ ଯାଇଥିଲେ। ଭିତରକୁ ଯିବା ପରେ ଶିବ୍ବାଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିଥିଲେ କର୍ମଚାରୀ।

ତାଙ୍କ ବେକରେ ଦାଗ ଥିବା ଦେଖି ଗଳା ଚିପି ତାଙ୍କର ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ପହଞ୍ଚିବା ପରେ ଶିବ୍ବା‌ ପୁରୁଷ ବନ୍ଧୁଙ୍କ ସହ ହୋଟେଲ ଆସିଥିବା ଜଣାଇଥିଲେ କର୍ମଚାରୀ। ଏହା ପରେ ଦୀପକଙ୍କୁ ଅଟକ ରଖି ପଚରାଉଚରା କରିବାରୁ ଅଭିଯୁକ୍ତ ନିଜର ଦୋଷ ମାନି ନେଇଥିଲା। ହତ୍ୟା କରିବା ପଛର କାରଣ ଜଣାଇ ସେ କହିଥିଲା ଯେ, “୧୦ବର୍ଷ ପ୍ରେମ ସମ୍ପର୍କ ରଖିଥିଲି। ମୋତେ ସେ ବିବାହ କରିବା ପାଇଁ ଚାପ ପକାଉଥିଲା। ସେ ମୁସଲିମ୍ ହୋଇଥିବାରୁ ମୁଁ ତାଙ୍କ ସହ ସମ୍ପର୍କ ଆଗକୁ ନେବାକୁ ଚାହୁନଥିଲି।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking