27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପ୍ରେମିକ ସହ ମିଶି ମାଆ କରାଇଲା ନିଜ ଝିଅର ବଳାତ୍କାର

ପ୍ରେମିକ ସହ ମିଶି ମାଆ କରାଇଲା ନିଜ ଝିଅର ବଳାତ୍କାର

ଉତ୍ତରପ୍ରଦେଶ: ମାଆ କରାଇଲା ନିଜ ଝିଅର ବଳାତ୍କାର! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆଉରିଆ ଜିଲ୍ଲାରେ। ଏଠାରେ ଜଣେ ଯୁବତୀ ନିଜ ମାଆଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ମାଆ ତାଙ୍କ ପ୍ରେମିକଙ୍କ ଦ୍ୱାରା ତାଙ୍କୁ ବଳାତ୍କାର କରାଇଛନ୍ତି। ଯୁବତୀ ଜଣଙ୍କ ଏକାଦଶ ଶ୍ରେଣୀର ଛାତ୍ରୀ ଅଟନ୍ତି। ତାଙ୍କ ମାଆଙ୍କର ଗାଁର ଜଣେ ଯୁବକ କରଣଙ୍କ ସହ ଅବୈଧ ସମ୍ପର୍କ ଅଛି। ସେ ପ୍ରାୟତଃ ତାଙ୍କ ମାଆଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସନ୍ତି। ଦୁଇ ଦିନ ପୂର୍ବରୁ କରଣ ତାଙ୍କ ମାଆଙ୍କୁ ଭେଟିବାକୁ ଆସିଥିଲେ। ସେହି ସମୟ ସେ ହଠାତ ମୋ ରୁମରେ ପଶି ମତେ ଜୋର ଜବରଦସ୍ତି ବଳାତ୍କାର କରିଥିଲେ। ଏହି ସମୟରେ ମାଆ ବାହାରପଟୁ କବାଟ ଦେଇଦେଇଥିଲେ। କେବଳ ସେତିକି ନୁହେଁ, ସେ ଏହି ବଳାତ୍କାରର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ସେ ଯେତେବେଳେ ତାଙ୍କ ବାପାଙ୍କୁ ଏହି ସବୁ ଘଟଣା ଜଣାଇବାକୁ ଚେଷ୍ଟା କରୁଥିଲେ ସେତେବେଳେ ଉଭୟ ଅଭିଯୁକ୍ତ ତାଙ୍କୁ ମାଡ଼ ମାରୁଥିଲେ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲେ। ଅଭିଯୁକ୍ତ କରଣ ତାଙ୍କୁ ପୂର୍ବରୁ ଅନେକ ଥର ଦୁଷ୍କର୍ମ କରିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking