ନୂଆଦିଲ୍ଲୀ: ସଂସଦରେ ଅପରେସନ ସିନ୍ଦୂର ଡିବେଟ ଆରମ୍ଭା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ କଲେ ଡିବେଟ । ଭାରତୀୟ ସେନା କିପରି ଭାବେ ଅପରେସନ ସିନ୍ଦୂର ପରିଚାଳନା କଲେ ଜଣାଇଲେ । ଆତଙ୍କବାଦୀଙ୍କୁ କିପରି ସେମାନଙ୍କ ଘରେ ପଶି ମାରିଲେ ଅବଗତ କଲେ । ପାକିସ୍ତାନ ମାଟିରେ ଆତଙ୍କୀ ଦମନ ନେଇ ବିସ୍ତୃତ ତଥ୍ୟ ରଖିଲେ । ଅପରେସନ ସିନ୍ଦୂରରେ ଆତଙ୍କୀଙ୍କ ଘରେ ପଶି ମାରିଲୁ । ପହଲଗାମ ଆକ୍ରମଣ ପରେ ଆମ ସେନା ଆଗକୁ ଆସିଲା । ପିଓକେ ଓ ପାକିସ୍ତାନରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କଲୁ । ୯ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କଲୁ ।










