27.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଅନିଲ ଅମ୍ବାନୀଙ୍କ ସହ ଜଡିତ ସମ୍ପତ୍ତି ଉପରେ ଇଡିର ଚଢାଉ

ଅନିଲ ଅମ୍ବାନୀଙ୍କ ସହ ଜଡିତ ସମ୍ପତ୍ତି ଉପରେ ଇଡିର ଚଢାଉ

ନୂଆଦିଲ୍ଲୀ: ଏସବିଆଇ ଠକେଇ ଘୋଷଣା ପରେ ମୁମ୍ବାଇରେ ଅନିଲ ଅମ୍ବାନୀଙ୍କ ସହ ଜଡିତ ସମ୍ପତ୍ତି ଉପରେ ଇଡିର ଚଢାଉ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଆନୁଷ୍ଠାନିକ ଭାବରେ ତାଙ୍କୁ ‘ଠକେଇ’ ଆକାଉଣ୍ଟଧାରୀ ଘୋଷଣା କରିବା ପରେ ଗୁରୁବାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁମ୍ବାଇରେ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ସହ ଜଡିତ ଘରଗୁଡ଼ିକରେ ତଲାସ କରୁଛି। ସୂଚନା ଅନୁଯାୟୀ, ଏହି ମାମଲାରେ ୨୦୧୭ ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କରୁ ଋଣ ଭାବରେ ପାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ଲଣ୍ଡରିଂ ଜଡିତ। ଇଡିର ତଦନ୍ତ ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଏକ ଏଫଆଇଆର ଉପରେ ଆଧାରିତ ଏବଂ ଏହା ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅଧୀନରେ ଥିବା ଆରଏଏଜିଏ କମ୍ପାନୀଗୁଡ଼ିକର ଆର୍ଥିକ କାରବାର ଉପରେ କେନ୍ଦ୍ରିତ।

ଇଡି ସୂତ୍ରରୁ ଜଣ ପଡିଛି ଯେ ଇଡିର ପ୍ରାରମ୍ଭିକ ତଦନ୍ତରୁ ବ୍ୟାଙ୍କ, ସେୟାରହୋଲ୍ଡର, ନିବେଶକ ଏବଂ ଅନ୍ୟାନ୍ୟ ସାର୍ବଜନୀନ ପ୍ରତିଷ୍ଠାନକୁ ଠକି ସାଧାରଣ ଲୋକଙ୍କ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏକ ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଯୋଜନାର ପର୍ଦ୍ଦାଫାସ ହୋଇଛି। ୟେସ୍ ବ୍ୟାଙ୍କ ଲିମିଟେଡର ପ୍ରମୋଟର ସମେତ ବ୍ୟାଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେବାର ଅପରାଧ ମଧ୍ୟ ତଦନ୍ତାଧୀନ ଅଛି। ପ୍ରାଥମିକ ତଦନ୍ତରୁ ୟେସ୍ ବ୍ୟାଙ୍କରୁ ପ୍ରାୟ ୩୦୦୦ କୋଟି ଟଙ୍କାର ଅବୈଧ ଋଣ ସ୍ଥାନାନ୍ତର (୨୦୧୭ ରୁ ୨୦୧୯ ଅବଧି) ହୋଇଥିବା ଜଣାପଡ଼ିଛି । ଇଡି ଜାଣିପାରିଛି ଯେ ଋଣ ମଞ୍ଜୁର ହେବା ପୂର୍ବରୁ, ୟେସ୍ ବ୍ୟାଙ୍କ ପ୍ରମୋଟରମାନେ ସେମାନଙ୍କ ଟଙ୍କା ପାଇଥିଲେ। ବର୍ତ୍ତମାନ ଇଡି ଲାଞ୍ଚ ଏବଂ ଋଣର ଏହି ସମ୍ପର୍କର ତଦନ୍ତ କରୁଛି। ଅଧିକାରୀଙ୍କ ଅନୁଯାୟୀ, ନ୍ୟାସନାଲ ହାଉସିଂ ବ୍ୟାଙ୍କ, ସେବି, ନ୍ୟାସନାଲ ଫାଇନାନ୍ସିଆଲ୍ ରିପୋର୍ଟିଂ ଅଥରିଟି (ଏନଏଫଆରଏ) ଏବଂ ବ୍ୟାଙ୍କ ଅଫ୍ ବରୋଦା ସମେତ ଅନେକ ଏଜେନ୍ସି ଇଡି ସହିତ ପ୍ରାସଙ୍ଗିକ ସୂଚନା ସେୟାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking