24.1 C
Bhubaneswar
Sunday, December 7, 2025
Homeଓଡିଶାଯୁବତୀ- ମହିଳା ସୁରକ୍ଷା ନେଇ ବୈଠକ

ଯୁବତୀ- ମହିଳା ସୁରକ୍ଷା ନେଇ ବୈଠକ

ଭୁବନେଶ୍ୱର: ଯୁବତୀ- ମହିଳା ସୁରକ୍ଷା ନେଇ ଆଜି ବସିବ ବଡ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପରେ ମୁଖ୍ୟ ଶାସନ ସଚିବ ଡାକିଲେ ବଡ ବୈଠକ । ଦିନ ୩ଟାରେ ଯୁବତୀ ଏବଂ ମହିଳା ସଶକ୍ତିକରଣ ଏବଂ ନିରାପତ୍ତା ନେଇ ରାଜ୍ୟ ସ୍ତରୀୟ ଟ୍ୟାକ୍ସ ଫୋର୍ସର ବୈଠକରେ ଆଲୋଚନା ହେବ । ମୁଖ୍ୟ ଶାସନ ସଚିବଙ୍ଗ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ  ଉନ୍ନୟନ କମିଶନରଙ୍କ ସହ ପୋଲିସ ଡିଜି ଉପସ୍ଥିତ ରହିବେ । ଗୃହ , ଅର୍ଥ , ବାଣିଜ୍ୟ ଏବଂ ପରିବହନ, ଶ୍ରମ ଏବଂ ନିୟୋଜନ , ଅନୁସୂଚିତ , ଜନଜାତି ଏବଂ ଜାତି କ୍ରୀଡା ଏବଂ ଯୁବ ବ୍ୟାପାର , ମହିଳା ଏବଂ ଶିଶୁ ବିକାଶ , ସ୍ୱାସ୍ଥ୍ୟ ପରିବାର କଲ୍ୟାଣ , ସାମିଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ , ପଞ୍ଚାୟତି ରାଜ ଏବଂ ପାନୀୟ ଜଳ , ଦକ୍ଷତା ବିକାଶ ବିଭାଗର ସଚିବ ମଧ୍ୟ ଏଥିରେ ଉପସ୍ଥିତ ରହିବେ । କ୍ରାଇମ ଆଇଜି, ଇଷ୍ଟ କୋଷ୍ଟ ରେଲୱେ  ଅଧିକାରୀ ଆଇନ ପ୍ରାଧିକରଣ ସେବାର ସଦସ୍ୟ ବି ଏଥିରେ ସାମିଲ ହେବେ । ଖୋଦ୍ଧା , ନୟାଗଡ ଜିଲ୍ଲାପାଳଙ୍କ ସହ ୟୁନିସେଫ ଏବଂ  ୟୁନିଏଫବିର ସଦସ୍ୟ ଉତ୍କଳ ବିଦ୍ୟାଳୟ , ୱିମେନ୍ସ ଷ୍ଟଡି ନିର୍ଦ୍ଦେଶିକା ମଧ୍ୟ ଏଥିରେ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking