ଭୁବନେଶ୍ୱର: ଓଡିଶାରେ ସୃଷ୍ଟି ହେବ ୨ଟି ନୂଆ ଓଆଇଏସଏଫ ବାଟାଲିୟନ । ଏହାର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ତୃତୀୟ ଓ ଚତୁର୍ଥ ବାଟାଲିୟନ ନାମରେ ନାମିତ କରାଯାଇଛି । ନୂଆ ୨ଟି ବାଟାଲିୟନରେ ନିଯୁକ୍ତି ପାଇବେ ୧୯୪୪ କର୍ମଚାରୀ । ଏଥିରେ ରହିବେ ଦୁଇ ଜଣ କମାଣ୍ଡାଣ୍ଟ ଏବଂ ୬ ଜଣ ଡେପୁଟି କମାଣ୍ଡାଣ୍ଟ । ୨୪ ଇନସେପେକ୍ଟର ଏବଂ ୨୫୬ ହାବିଲଦାର ପୋଷ୍ଟ ରହିବ । ୧ ହଜାର ୩୫୦ ଜଣ କନଷ୍ଟେବଳ ପଦବୀ ମଧ୍ୟ ରହିବ ।










