ଭୁବନେଶ୍ଵର: କୋଟିଆକୁ ନେଇ ବଡ଼ ଘୋଷଣା କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି, କୋଟିଆ ଓଡ଼ିଶାର ଅବିଚ୍ଛେଦ ଅଙ୍ଗ । ଯିଏ ଯେତେ ଦାବି କଲେ ବି କୋଟିଆ ଓଡ଼ିଶାର ରହିଛି ଆଉ ରହିବ । ନିର୍ବାଚନ ସମୟରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ୱିତ ବିକାଶ ସରକାରଙ୍କ ଲକ୍ଷ୍ୟ । ପରିବହନ ବିଭାଗ ପକ୍ଷରୁ କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା । ଖଣି ଖାଦାନରେ ଭରପୂର କୋଟିଆ । ସେଠାକାର ଗୋଟେ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ । ତାକୁ ଚିହ୍ନଟ ତାର ସଦୁପଯୋଗ କରିବା ପାଇଁ ଖଣି ବିଭାଗ ବି ପଦକ୍ଷେପ ନେଉଛି ।










