30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ବିରୋଧରେ ଟ୍ରମ୍ପ୍‌ଙ୍କ ମାନହାନି ମାମଲା

ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ବିରୋଧରେ ଟ୍ରମ୍ପ୍‌ଙ୍କ ମାନହାନି ମାମଲା

ଓ୍ବାଶିଂଟନ: ଧନୀ ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟେଇନ୍‌ଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମ୍ପର୍କକୁ ନେଇ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ଗୁରୁବାର ଖବର ପ୍ରକାଶ ପାଇଥିଲା। ଏହାର ଦିନକ ପରେ ଟ୍ରମ୍ପ୍‌ ଉକ୍ତ ଖବରକାଗଜ ଏବଂ ମିଡିଆ ମୋଗଲ ରୁପେର୍ଟ ମୁର୍ଡୋଚ୍‌ଙ୍କ ବିରୋଧରେ ୧୦ ବିଲିୟନ ଡଲାରର ମାମଲା ଦାଏର କରିଛନ୍ତି। ଯୌନ ଅପରାଧରେ ସମ୍ପୃକ୍ତ ଏପ୍‌ଷ୍ଟେଇନ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ ସମ୍ପର୍କ ନେଇ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ ଖବର ପ୍ରକାଶ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ଏପ୍‌ଷ୍ଟେଇନ୍‌ ୨୦୦୩ରେ ପାଳନ କରିଥିବା ୫୦ତମ ଜନ୍ମଦିନ ସମ୍ପର୍କିତ ଏକ ଆଲବମ୍‌ ଓ ଚିଠି ଦାଖଲ କରିବା ପାଇଁ ତାଙ୍କ ସହଯୋଗୀ ଘିସ୍‌ଲାଇନ୍‌ ମାକ୍ସଓ୍ବୋଲ ଟ୍ରମ୍ପ୍‌ ଓ ଅନ୍ୟମାନଙ୍କୁ କହିଥିଲେ। ଉକ୍ତ ଚିଠିରେ ଟ୍ରମ୍ପ୍‌ଙ୍କ ନାଁ ସହ ଉଲଗ୍ନ ମହିଳାଙ୍କ ଅଶ୍ଳୀଳ ଫଟୋ ରହିଥିବାବେଳେ ଏପ୍‌ଷ୍ଟେଇନ୍‌ଙ୍କ ସହ ଟ୍ରମ୍ପ୍‌ଙ୍କ କଳ୍ପିତ ବାର୍ତ୍ତାଳାପ ଥିଲା। ଏହି ଖବର ପ୍ରକାଶ ପାଇବା ପରେ ଟ୍ରମ୍ପ୍‌ ଓ ତାଙ୍କ ଅନୁଗତ ବେସ୍‌ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ମାମଲା ପରିଚାଳନା ତରିକାକୁ ନେଇ ଟ୍ରମ୍ପ୍‌ଙ୍କ କେତେଜଣ ସମର୍ଥକ ହ୍ବାଇଟ୍‌ ହାଉସ୍‌କୁ ସମାଲୋଚନା କରିଛନ୍ତି। ଟ୍ରମ୍ପ୍‌ କ’ଣ ପାଇଁ ଉକ୍ତ ଡକ୍ୟୁମେଣ୍ଟକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁ ନ ଥିଲେ ବୋଲି ପ୍ରଶ୍ନ ଉଠିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking